ବିଶ୍ଵକର୍ମା ପୂଜାରେ ଦେଖିବାକୁ ମିଳିଲା ଭାଇଚାରାର ସମ୍ପର୍କ

ହିନ୍ଦୁ ଧର୍ମ ଅନୁସାରେ ସମଗ୍ର ସୃଷ୍ଟି ବିଶ୍ଵକର୍ମାଙ୍କ ନିହାଣ ମୁନରେ ତିଆରି ହେଇଛି। ତେଣୁ ବିଶ୍ୱକର୍ମାଙ୍କୁ ଦେବଶୀଳ୍ପି ହିସାବରେ ପୂଜା କରାଯାଏ। ଏହି ଅବସରରେ ଅନେକ ଅନୁଷ୍ଠାନ ପକ୍ଷରୁ ବିଶ୍ୱକର୍ମାଙ୍କୁ ପୂଜାକରିବାର ଦେଖାଯାଇଛି। ସବୁ ଧର୍ମ ସହଯୋଗରେ  ବିଶ୍ୱକର୍ମା ପୂଜା ବହୁ ଆଡମ୍ବରରେ ସମାପ୍ତ ହେଇଯାଇଛି। ମଞ୍ଚେଶ୍ବର ଅଂଚଳରେ ରେ ଦେବଶୀଳ୍ପି ବିଶ୍ୱକର୍ମାଙ୍କ ପୂଜାରେ ଦେଖିବାକୁ ମିିଳିଚି ଏକ ଭାଇଚାରାର  ମୁହୁର୍ତ୍ତ। ଏହି ଅବସରରେ ଏକ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଅନାଥ ପିଲା ମାନଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ କରାଯାଇଥିଲା। ଯୁବ ସମାଜସେବୀ ଏସ .କେ ନୁରହସନ ପିଲାମାନଙ୍କୁ ଖାଇବା ପିଇବା ସହ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବାଣ୍ଟ୍ଟିଥିଲେ।

ଏଥିରେ ଭୁନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ମଧ୍ୟ ଭୁବେନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଦୁଇ ବିଧାୟକ ଖୁସି ହେବା ସହ। ପିଲାମାନଙ୍କ ସହ ବହୁ ସମୟ ଅତିବାହିତ କରିଥିଲେ। ଏସ .କେ ନୁରହସନଙ୍କ ଏଭଳି ଉଦ୍ୟମ ଭାଇଚାରାର ସମ୍ପର୍କ ସୃଷ୍ଟି କରିଛି।ବୋଲି

Leave a Reply

Your email address will not be published. Required fields are marked *