ନାଟକ ରେ ଲୋକଙ୍କୁ ପରିବେଶ ଏବଂ ବିଦ୍ୟୁତ କୁ ନେଇକି ସଚେତନତା କଲେ ବିଦ୍ୟୁତ କର୍ମଚାରୀ

ଶରଣକୂଳ ବିଦ୍ୟୁତ ବିଭାଗରେ ବିଶ୍ବକର୍ମା ପୁଜା ମହା ଆଡମ୍ବର ରେ ପାଳିତ ହୋଇଯାଇଛି।କିଛି ଭିନ୍ନ କରିବାର ପ୍ରୟାସ ନେଇ ଶରଣକୂଳ ବିଦ୍ୟୁତ ବିଭାଗ ପୁଜା ଅବସର ରେ ପରିବେଶ ସଚେତନତା ଓ ବିଦ୍ୟୁତ ଶକ୍ତିର କିପରି ଅପଚୟ ନକରି ଜନଜୀବନ କୁ ସୁରକ୍ଷିତ କରିହେବ ସେଥିପାଇଂଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ବିଶ୍ବକର୍ମା ପୂଜା ଅବସର ରେ ଶରଣକୂଳ ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କ ଦ୍ବାରା ଏକ ସଚେତନ ଧର୍ମୀ ନାଟକ “ଏମିତି ଫନି କେବେ ଦେଖିନି”ମଂଚସ୍ଥ କରାଯାଇଥିଲା।ଉକ୍ତ ନାଟକ ରେ ପରିବେଶ ସଚେତନତା ଏବଂ ବିଦ୍ୟୁତ ନିରାପତ୍ତା ଉପରେ ଅନେକ ସଚେତନତା ସୃଷ୍ଟି କରିଵାର ପ୍ରୟାସ କରାଯାଇଛି।ଏହି ପୂଜା ଅବସର ରେ ବୃକ୍ଷ ହିଂଁ ଜୀବନ ଉପରେ ଅନେକଲେଖା ଓ ଚିତ୍ରାଙ୍କନ ର ବ୍ୟାନର ସବୁ ସ୍ଥାନିତ କରାଯାଇଥିଲା।ଉକ୍ତ ନାଟକ ର ରଚନା ଶ୍ରୀଯୁକ୍ତ ସୁବାସ ନାୟକ,ନେର୍ଦେଶନା ବିଦ୍ୟୁତ କର୍ମଚାରୀ ପ୍ରଭାକର ପ୍ରଧାନ,ମଂଚ ପରିଚାଳାନ ଅଜୟ ମହାପାତ୍ର,ଉପଦେଷ୍ଟା ଇଂ ସତ୍ୟଜିତ ମହାନ୍ତି ଓ ବଳଭଦ୍ର ସାମନ୍ତରାୟ ।ବିଶ୍ବକର୍ମା ପୂଜାରେ ଏଭଳି ଏକ ସୁନ୍ଦର ପ୍ରୟାସ କରିଥିବାରୁ ଅନେକ ବୁଦ୍ଧିଜିବୀମାନେ ପ୍ରଶଂସା କରିଥିଲେ।ଏହି ଅବସର ରେ ବିଦ୍ୟୁତ କର୍ମଚାରୀ ପ୍ରଭାକର ପ୍ରଧାନ ଓ ସୁବାସ ନାୟକ ଙ୍କୁ ମାନପତ୍ର ଦେଇ ବିଶ୍ବକର୍ମା ପୁଜା କମିଟି ଦ୍ବାରା ସମ୍ମାନୀତ କରାଯାଇଥିଲା।ଏଥିରେ ବିଦ୍ୟୁତ କର୍ମଚାରୀ ବରୁଣ ସ୍ବାଇଂଁ,ସୁଜିତ ପ୍ରଧାନ,ଦିଲ୍ଲିପ ମହାପାତ୍ର,ଟୁକୁ ଦଳବେହେରା,ପ୍ରକାଶ ରାଉତ,ପ୍ରଦୀପ୍ତ ସେନାପତି ,ଆନନ୍ଦ ପ୍ରଧାନ ,ବିଷ୍ଣ ଖିଲାର ପମୁଖ ଭୁମିକାରେ ଅଭିନୟ କରିଥିଲେ। ବିଦ୍ୟୁତ କର୍ମଚାରୀ ଙ୍କ ଏପରି ନିଆରା ସଚେତନତା ଧର୍ମୀ ନାଟକ କୁ ବହୁସଂଖ୍ୟାରେ ଦର୍ଶକ ଦେଖି ପ୍ରସଂଶା କରିଥିବା ବେଳେ ସୋସିଆଲ ମିଡିଆ ଫେସବୁକ ଗୃପ Odisha Electricity & Update News ରେ ମଧ୍ୟ ଏହାର ଲାଇଭ ଟେଲିକାଷ୍ଟ କରାଯାଇଥିଲା I ଯାହାକୁ କି ମାତ୍ର କିଛି ଘଣ୍ଟାରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଦେଖିଥିଲେ I

Leave a Reply

Your email address will not be published. Required fields are marked *