ଚଉଠି ରାତିରେ ସ୍ୱାମୀ କୁ ମାରି ଖଟ ରେ ଲୁଚାଇ ଦେଇଥିଲା ସ୍ତ୍ରୀ ,ଗନ୍ଧ ହେବାରୁ କହିଲା ମୂଷା ମରିଛି

ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ସବୁଠାରୁ ସୁନ୍ଦର ସମ୍ପର୍କ I ତେବେ ସମ୍ପର୍କ ରେ ସନ୍ଦେହ କିମ୍ବା ପରକ୍ରିୟା ପ୍ରୀତି ଆସିଲେ ଏହି ସମ୍ପର୍କ ବି ଖରାପ ହେଇଯାଏ ଏପରିକି ଜଣେ ଅନ୍ୟ ଜଣଙ୍କର ଜୀବନ ନେବାକୁ ମଧ୍ୟ ପଛାଇ ନଥାଏ I ଏମିତି ଏକ ଘଟଣା ସାମ୍ନା କୁ ଆସିଛି ରାଜସ୍ଥାନ ଅଲୱରରେ I ତିନିଦିନ ତଳେ ବିବାହ କରିଥିବା କୁଲଦୀପ ଚତୁର୍ଥୀ ରାତିରେ ନିଜ ସ୍ତ୍ରୀ ପାଖକୁ ଆସିଥିଲେ ତେବେ ସ୍ତ୍ରୀ ର ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ଥିବା ନେଇ ଜଣାପଡିବା ରୁ ସେ ନେଇ ଦୁହିଁଙ୍କ ଭିତରେ ତର୍କବିତର୍କ ଚାଲିଥିଲା I ସ୍ତ୍ରୀ ଶେଷରେ ବାଧ୍ୟ ହେଇ ସ୍ୱାମୀ ଙ୍କୁ ଠେଲିଦେଇଥିଲା ,ସ୍ୱାମୀ ଖଟରେ ପଡିଯିବା ଫଳରେ ମୁଣ୍ଡ ମାଡ ହେଇ ସେଠାରେ ମୃତ୍ୟୁ ହେଇଥିଲା I ସ୍ତ୍ରୀ ଜଣଙ୍କ ସଙ୍ଗେ ସଙ୍ଗେ ସ୍ୱାମୀଙ୍କୁ ଖଟ ଭିତରେ ଲୁଚାଇ ରଖିଦେଇଥିଲା

I ଘରେ ଖୋଜାଖୋଜି କରିବାରେ ସ୍ତ୍ରୀ କହିଥିଲା କି ସେ ରାଗିକି କୁଆଡେ ଚାଲିଯାଇଛନ୍ତି I ତେବେ ଘରୁ ଗନ୍ଧ ହେବାରୁ ଘର ଲୋକେ ପଚାରିଥିଲେ କିନ୍ତୁ ବହୁତ ମୂଷା ମରିଛନ୍ତି କହି ସ୍ତ୍ରୀ ବେଡ଼ ରୁମ୍ ରେ ନିଆଁ ଲଗାଇଦେଇଥିଲା I ଘର ଲୋକ ଦେଖିବାକୁ ପାଇଥିଲେ କି ତାଙ୍କ ପୁଅ ର ଅଧା ପୋଡା ଶବ ,ପରେ ପୋଲିସ ରେ ଖବର ଦେବାପରେ ସ୍ତ୍ରୀ ଗିରଫ ହେଇଚି I

Leave a Reply

Your email address will not be published. Required fields are marked *