ଜିଲ୍ଲା ବୈଠକ ରେ ବିଧାୟକ ଙ୍କୁ ଭୁଲିଗଲେ

ନିକଟରେ କଟକ ବିଧାୟକ ଙ୍କୁ ସରକାରୀ ବୈଠକ ରେ ଡକାନଜିବା ନେଇ ଉତ୍ତେଜନା ସୃଷ୍ଟି ହେଇଥିବା ବେଳେ ଏବେ ପୁଣିଥରେ ଢେଙ୍କାନାଳ ବିଧାୟକ ଙ୍କୁ ଅଣଦେଖା କରାଯାଇଥିବା ଚର୍ଚା ହେଉଛି I ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର 26.09.2019 ରେ ଢେଙ୍କାନାଳ ଆସୁଥିବା ବେଳେ ଡିଆରଡିଏ କନ୍ଫରେନ୍ସ ହଲ ରେ ଏକ ବୈଠକ ରଖାଯାଇଛି ଯେଉଁଥିରେ କି ଢେଙ୍କାନାଳ ସାଂସଦ ,ପରଜଙ୍ଗ ବିଧାୟକ ,ହିନ୍ଦୋଳ ବିଧାୟକ ,ଜିଲ୍ଲାପରିଷଦ ସଭାପତି ,ବିଜେଡି ଜିଲ୍ଲା ସଭାପତି ଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ସୁଧୀର କୁମାର ସାମଲ ଙ୍କୁ ଡକାଯାଇନାହିଁ I

ଜିଲ୍ଲା ଯୋଜନା ବୋର୍ଡ ବୈଠକ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ସ୍ଥାନୀୟ ବିଧାୟକ ଙ୍କୁ ଡକା ନଯିବା ସାଧାରଣରେ ନାପସନ୍ଦ କରାଯାଇଥିବା ବେଳେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଙ୍କୁ କିଭଳି ଏକ ସରକାରୀ କାର୍ଯ୍ୟକ୍ରମ ରେ ନିମନ୍ତ୍ରଣ କରାଗଲା ତାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି I ଏନେଇ ବିଧାୟକ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *