କଳାକାରଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଟଙ୍କା ମାଗିଲେ ଦୁର୍ବୁତ୍ତ।

ଆଜିର ସ୍ମାର୍ଟ ଦୁନିଆରେ ଭାବର ଆଦାନ ପ୍ରଦାନ ଲାଗି ସୋସିଆଲ ମିଡ଼ିଆର ଗୁରୁତ୍ୱ ଦିନକୁ ଦିନ ବଢୁଛି। କିନ୍ତୁ କିଛି ଅସାମାଜିକ ଲୋକ ଏହି ସୋସିଆଲ ମିଡ଼ିଆକୁ ଅପବ୍ୟବହାର କରି ଅନେକ ଅସମାଜିକ କାର୍ଯ୍ୟ କରୁଛନ୍ତି। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ବ୍ୟବହାର କରି ବ୍ଲାକମେଲ କରିବା, ଟଙ୍କା ମାଗିବା, ଲୋକମାନଙ୍କୁ ବିଭ୍ରାନ୍ତ କରିବା ଆଦି ଅନେକ ଅଭିଯୋଗ ଦେଖିବାକୁ ମିଳିଛି । ଠିକ ଏଭଳି ଏକ ଅଭିଯୋଗ ଆଣିଛନ୍ତି ତରଙ୍ଗ ଚାନେଲରେ ପ୍ରସାରିତ ହେଉଥିବା “ସାବିତ୍ରୀ”ସିରିୟଲର କଳାକାର ରାଜା(ମହାପ୍ରସାଦ କର)।

ମହାପ୍ରସାଦ ଅଭିଯୋଗ କରିଛନ୍ତି ଯେ କିଏ ଜଣେ ତାଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ମାଗୁଛନ୍ତି। ସେ କହିଛନ୍ତି ଯେ ତାଙ୍କର ସରଳତାର ସୁଯୋଗ ନେଇ ଦୀର୍ଘଦିନ ଧରି ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ନାଁରେ ଫେସବୁକ୍‌ରେ ଫେକ ଆଇଡି ଖୋଲି ଲୋକମାନଙ୍କୁ ଓ ଦର୍ଶକମାନଙ୍କ ପାଖରୁ ହଜାର ହଜାର ଟଙ୍କା ଦୀର୍ଘଦିନ ଧରି ଲୁଟିବାରେ ଲାଗିଛି। ମହାପ୍ରସାଦଙ୍କୁ ଭଲ ପାଉଥିବା ଅନେକ ଦର୍ଶକ ଏହି ଲୁଟର ଶିକାର ମଧ୍ୟ ହେଇଛନ୍ତି। ଏନେଇ ସେ ଆଜି ସହୀଦ ନଗର ଥାନାରେ ଏକ ଏତେଲା ଦେଉଛନ୍ତି। ଘଟଣାର ତଦନ୍ତ କରି ଅପରାଧୀକୁ ଦଣ୍ଡ ଦେବାକୁ ସେ ପୋଲିସକୁ ଅନୁରୋଧ କରୁଛନ୍ତି। ଏତେଲା ଦବାର କିଛି ଘଣ୍ଟା ପରେ ଏକ ଭିଡ଼ିଓ ଦ୍ୱାରା ମହାପ୍ରସାଦ ଘଟଣା ବିଷୟରେ ନିଜର ଦର୍ଶକଙ୍କୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *