କଲେକ୍ଟର ଙ୍କୁ ଗିରଫ କଲେ ଏସ୍ପି ମିଠା ଦେବାକୁ ଆସି ଫସିଗଲେ

କଲେକ୍ଟର ଙ୍କୁ ଗିରଫ କଲେ ଏସ୍ପି ,କଥା ଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ I ଏମିତି ଘଟଣା ଦେଖିବାକୁ ମିଳିଛି ଜବଲପୁର ରେ I ରାକେଶ କୁମାର ଶାହ ଓରଫ ଅଭିଷେକ ନାମକ ଜଣେ ଯୁବକ ଏସପି ଙ୍କୁ ଫୋନ୍ କରି ନିଜକୁ ଆଇଏସ୍ ଅଫିସର୍ ଭାବେ ପରିଚୟ ଦେଇ ଦେଖା କରିବାକୁ ଚାହିଁ ଥିଲେ I ଏସପି ଅମିତ ସିଂହ ସମୟ ଦେବାପରେ ଯୁବକ ଜଣଙ୍କ ସହିତ ସାକ୍ଷାତ ହେଇଥିଲା I ଏସପି ଙ୍କ ପାଇଁ ମିଠା ନେଇଥିଲେ ଯୁବକ ଜଣଙ୍କ I ଦୁହିଁଙ୍କ ମଧ୍ୟରେ ଆଲୋଚନା ସମୟରେ ଏସପି ଙ୍କ କିଛି ପ୍ରଶ୍ନ ର ଉତ୍ତର ଯୁବକ ଜଣଙ୍କ ଠିକ୍ ଭାବରେ ଦେଇ ନପାରି ଥ ଥ ମ ମ ହେଇଥିଲେ I ଯାହା କି ଏସ୍ପୀ ଙ୍କୁ ସନ୍ଦେହ ହେଇଥିଲା I

ଯୁବ କ ଙ୍କ ବିଷୟରେ ସମସ୍ତ ତଥ୍ୟ ନେବାକୁ ସେ ସ୍ଥାନୀୟ ଥାନାକୁ ନିର୍ଦେଶ ଦେବାପରେ ଶେଷରେ ଜଣାପଡିଥିଲା କି ଯୁବକ ଜଣଙ୍କ କୌଣସି ବି ଜିଲ୍ଲାରେ ଜିଲ୍ଲାପାଳ ନାହାନ୍ତି I ଶେଷରେ ସତ ଜଣାପଡ଼ିଥିବା ପରେ ତାଙ୍କୁ ଗିରଫ କରାଯାଇଛି I ଯୁବକ ଙ୍କ ଘର ସିଙ୍ଗରୌଲିର ବାସିନ୍ଦା I

Leave a Reply

Your email address will not be published. Required fields are marked *