ଚାଲିଛି ନବରାତ୍ରି ଏପଟେ ମା ଚାମୁଣ୍ଡା ଙ୍କ ଆଖିରେ ଲୁହ

ଦୁର୍ଗା ଙ୍କ ଆଗମନ ପାଇଁ ସମସ୍ତେ ବେସ ଉତ୍ସାହିତ ଥିବାବେଳେ ଧରିତ୍ରୀ ମଧ୍ୟ ସାଜସଜା ହେବାରେ ଲାଗିଛି I ନବରାତ୍ରି ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା I ମା ଚାମୁଣ୍ଡା ଙ୍କ ଆଖିରୁ ଲୁହ ବହିବାରେ ଦେଖିବାକୁ ମିଳିଛି। ଖବର ଅନୁଯାଇ ମଧ୍ୟପ୍ରଦେଶର ନିମଚ ଜିଲାର ଧାନମଣ୍ଡି ମା ଚାମୁଣ୍ଡା ଙ୍କ ଏକ ମନ୍ଦିର ରହିଛି Iନିକଟରେ ପ୍ରବଳ ବର୍ଷା ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇ ଲୋକମାନେ ଭୀଷଣ କଷ୍ଟ ସହୁଥିବା ବେଳେ ଗତ ଶନିବାର ଦିନ ଏମିତି କିଛି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ସବୁଆଡେ ଚର୍ଚା ଲାଗି ରହିବା ସହିତ ଅଜଣା ଭୟ ଦେଖାଯାଇଛି I ଖବର ଅନୁଯାଇ ଶନିବାର ଦିନ ପୂଜକ ପୂଜା କରିବାକୁ ମା ଙ୍କ ମନ୍ଦିର ଯାଇଥିବା ବେଳେ ଦେଖିବାକୁ ପାଇଥିଲେ କି ମା ଙ୍କ ଆଖିରୁ ଲୁହ ବହିବାରେ ଲାଗିଛି I

ପ୍ରଥମେ ସେ ବିଶ୍ୱାସ କରିନଥିଲେ ମଧ୍ୟ ଏହି ଲୁହ ବନ୍ଦ ହେଇନଥିଲା I ପରେ ଘଟଣା ପ୍ରଘଟ ହେବାପରେ ବହୁ ସଂଖ୍ୟାରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଥିଲା I ସାଧାରଣ ରେ ଚର୍ଚା ହେଉଛି ଯେ ଆଗକୁ ଏଠାରେ ବହୁ ବଡ ବିପଦ ଆସିବାର ଏହା ସତର୍କ ସୂଚନା ମା ଙ୍କ ଦ୍ୱାରା I

Leave a Reply

Your email address will not be published. Required fields are marked *