ବିଶ୍ବ ନଦୀ ଦିବସ ଉପଲକ୍ଷେ ଫ୍ରେଣ୍ଡସ ହେଲ୍ପ ଗ୍ରୁପର ସଚେତନା କର୍ମଶାଳା ଆୟୋଜନ

ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଶରଣକୂଳ ଦ୍ବାରା ଭୀମସେନ କୃଷି ନୋଡାଲ ବିଦ୍ୟାଳୟ ରେ ବିଶ୍ବ ନଦୀ ସୁରକ୍ଷା ଏବଂ ବୃକ୍ଷରୋପଣ ର ଏକ କର୍ମଶାଳା ଆୟୋଜନ କରାଯାଇଥିଲା ।ଏଥିରେ ନଦୀ ପାର୍ଶ୍ବରେ ମଳତ୍ଯାଗ କରିବା ନାହିଁ,ଅଳିଆ ଆବର୍ଜନା ପକାଇବାନି ନଦୀ ଜଳକୁ ପରିସ୍କାର ରଖିବା,ନିଜେ ସୁସ୍ଥ ରହିବା ସହ ଗୃହପାଳିତ ପ୍ରାଣୀଙ୍କୁ ନିରୋଗ ରଖିବା ଭଳି ସ୍ଲୋଗାନ ଦେଇ ଏକ ଗ୍ରାମ ପରିକ୍ରମା ଅନୁଷ୍ଠିତ କରାଯାଇଅଛି ।ଏହି କର୍ଯ୍ୟକ୍ରମରେ _ଭୀମସେନ କୃଷି ନୋଡାଲ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ତ୍ରିପାଠୀ,ମୁଖ୍ୟ ଅତିଥି ନୟାଗଡ ର ଗର୍ବ ଓ ଗୌରବ ଆଶ୍ରୟ ଅନୁଷ୍ଠାନ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଲୋକନାଥ ଦାଶ,ସରୋଜ କୁମାର ପଲେଇ,ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସୁବାସ ନାୟକ ଏବଂ ଦେବରାଜ ତ୍ରୀପାଠୀ ଯୋଗ ଦେଇ ନଦୀ ଓ ଜଙ୍ଗଲ ବିନା ଆମ ର ବଂଚିବା କିପରି ଅସମ୍ଭବ ଓ ଏହାର ଉପକାରିତା ଉପରେ ଆଲୋଚନା କରିଥିଲେ

।ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀ ମୌସୁମୀ ମହାପାତ୍ର,ସୁଭମ ମହାପାତ୍ର,ପ୍ରଳୟ ରଂଜନ ,ନାରାୟଣ ସାହୁ ଏବଂ ବକ୍ତୃତ୍ବା ରେ ମୌସୁମୀ ମହାପାତ୍ର ଓ ଅମୃତା ମାନସୀ ତ୍ରୀପାଠୀ ଏବଂ ସ୍ଲାଗାନ ରେ ତପସ୍ବିନୀ ସ୍ବାଇଂଁ ଙ୍କୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା

।ଏହି ଅବସର ରେ ବିଦ୍ୟାଳୟ ପରିସର ରେ ଆମ୍ବ ,ପଣସ,ବଉଳ ଏବଂ କିଛି ଫୁଲ ଚାରା ରୋପଣ କରାଯାଇଥିଲା।ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଜ୍ଞାନ ରଞନ,ସୁଜିତ କୁମାର,ହେମନ୍ତ ସାହୁ,ଅନିଲ କୁମାର ,ବରୁଣ କୁମାର ସ୍ବାଇଂଁ,ଗୌରାଙ୍ଗ ସାହୁ,ପ୍ରଦୀପ୍ତ ସେନାପତି, ଏବଂ ସମସ୍ତ ସଦସ୍ୟ ମାନେ କାର୍ଯକ୍ରମ କୁ ପରିଚାଳନା କରିଥିଲେ।

ଏଭଳି ଏକ ସୁନ୍ଦର ସଚେତନତା ସୃଷ୍ଟି କରିବାର ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *