ଆନ୍ଧ୍ର ର ନୂଆ ମୁଖ୍ୟମନ୍ତ୍ରୀ ହେଇଥିବା ଓ୍ବାଇ ଏସ୍ ଜଗନମୋହନ ରେଡ୍ଡୀ ଇତିହାସ ରଚିଛନ୍ତି I ସବୁବେଳେ ଚର୍ଚ୍ଚାରେ ଥିବା ଏହି ଯୁବ ମୁଖ୍ୟମନ୍ତ୍ରୀ ବିଶେଷ କରି ନିଯୁକ୍ତି କୁ ଅଧିକ ଗୁରୁତ୍ବ ଦେଉଥିଲେ l ଏପରିକି କିଛିଦିନ ତଳେ ରାଜ୍ୟରେ ଥିବା ସମସ୍ତ କଳକାରଖାନା ରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ୭୦% ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ I ତେବେ ପୁଣିଥରେ ନେଇଛନ୍ତି ଐତିହାସିକ ନିଷ୍ପତି I ରାଜ୍ୟରେ ଏକ ସାଙ୍ଗରେ ୧,୨୬,୭୨୮ ନିିଯୁକ୍ତି ପାଇଁଁ ବିଜ୍ଞାପନ ବାହାର କରିଥିଲେ ଏବଂ ଯୋଗ୍ୟ ପ୍ରାଥି ମାନଙ୍କୁ ସରକାର ନିଜେ ନିଯୁକ୍ତିପତ୍ର ଦେଇଛନ୍ତି I ଏତେ ସଂଖ୍ୟକ ନିଯୁକ୍ତି ସାରା ଭାରତ ରେ ପ୍ରଥମ ଥର ପାଇଁ ବିରଳ I