ଲଦାଖ ର ପ୍ରଥମ ଉପ ରାଜ୍ୟପାଳ ପ୍ରକାଶ ମିଶ୍ର !

ପ୍ରକାଶ ମିଶ୍ର ସବୁବେଳେ ଚର୍ଚ୍ଚା ରେ ରହିଆସିଛନ୍ତି Iବିଶେଷ କରି ଓଡ଼ିଶାର ପୁଲିସ୍‌ ଡିଜି ଏବଂ ସିଆରପିଏଫ୍‌ ଡିଜି ଭାବରେ ତାଙ୍କ ସଫଳତା ସମସ୍ତେ ଜାଣିଛନ୍ତି I କିନ୍ତୁ ରାଜ୍ୟ ସରକାର ତାଙ୍କୁ ଜାଣିଶୁଣି ହଇରାଣ କରିବା ଘଟଣା ଚର୍ଚ୍ଚା ହେଇଥିଲା ଏପରିକି ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ଯାହାକି ହାଇକୋର୍ଟରେ ଖାରଜ ହେଇଯାଇଥିଲା I ଏହାପରେ ପ୍ରକାଶ କେନ୍ଦ୍ରୀୟ ଦେପୁଟେସନ୍ ରେ ଥିଲେ ଏବଂ ପରେ ବିଜେପି ରେ ଯୋଗ ଦେଇ କଟକ ରୁ ନିର୍ବାଚନ ଲଢ଼ିଥିଲେ ଯଦିଓ ଭର୍ତୁହରି ଙ୍କ ଠାରୁ ପରାଜୟ ବରଣ କରିଥିଲେ I ଏବେ ପୁଣିଥରେ ପ୍ରକାଶ ଙ୍କୁ ନେଇକି ଚର୍ଚ୍ଚା ଧରିଛି I ଜମ୍ମୁ କାଶ୍ମୀର ର ଲଦIଖ୍ ଅଲଗା ହେବାପରେ ଏହି ନୂଆ କେନ୍ଦ୍ର ଶାସିତ ଅଞ୍ଚଳର ନୂଆ ଉପରାଜ୍ୟପାଳ ପ୍ରକାଶ ହେଉଛନ୍ତି ବୋଲି ଏବେ ସୋସିଆଲ ମିଡ଼ିଆ ସହିତ କିଛି ୱେବ୍ ପୋର୍ଟାଲ୍ ରେ ଚର୍ଚ୍ଚା ହେଉଛି

। ତେବେ ଖବର ଅନୁଯାୟୀ ଜଣେ ବରିଷ୍ଠ ସାମ୍ବାଦିକ ଫେସବୁକ୍ ରେ ଲେଖିଥିଲେ କି ପ୍ରକାଶ ଙ୍କୁ ଏହି ପଦବୀ ରେ ନିଯୁକ୍ତ କରାଯାଇପାରେ

କିନ୍ତୁ ଏବେ ଚର୍ଚ୍ଚା ଚାଲିଛି ପ୍ରକାଶ ନୂଆ ଉପ ରାଜ୍ୟପାଳ ହେଇ ସାରିଲେଣି ,ଅବଶ୍ୟ ଏନେଇ ପ୍ରକାଶ କହିଛନ୍ତି କି ତାଙ୍କ ପାଖରେ କୌଣସି ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *