ସବୁ ସମ୍ପତ୍ତି ଦାନ କରିଦେବେ ବିଶ୍ୱର ଶ୍ରେଷ୍ଠ ଧନୀ Facebook ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ

ଧନ ଏମୀତି ଏକ ଲୋଭ ଯାହା ର ଶେଷ ନଥାଏ I ମଣିଷ ସବୁବେଳେ ଚାହିଁଥାଏ ଧନରେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିବାକୁ I ତେବେ ଯେବେ ମଣିଷ ପାଖରେ ଆବଶ୍ୟକତା ଠାରୁ ଯଥେଷ୍ଟ ଧନ ହେଇଯାଏ ସେତେବେଳେ କଣ ହୁଏ ? ଜଣେ ଲୋକ ପାଖରେ କେତେ ଧନ ରହିବା ଆବଶ୍ୟକ ? ଏସବୁ ନେଇ ମୁଁହ ଖୋଲିଛନ୍ତି ବିଶ୍ୱର ଶ୍ରେଷ୍ଠ ୫ମ ଧନୀ ବ୍ୟକ୍ତି ଜୁକରବର୍ଗ I ଖୁବ ଅଳ୍ପ ଦିନରେ ସମସ୍ତଙ୍କୁ ପଛରେ ପକାଇ ଜୁକରବର୍ଗ ଏହି ସଫଳତା ହାସଲ କରିଛନ୍ତି I ଫେସବୁକ ର ଲୋକପ୍ରିୟତା ବୃଦ୍ଧି ହେବାପରେ ଜୁକରବର୍ଗ ଙ୍କ ସମ୍ପତି ବୃଦ୍ଧି ହେଇଥିଲା I ବର୍ତମାନ ତାଙ୍କ ସମ୍ପତି ର ମୂଲ୍ୟ 6530 କୋଟି ଡଲାର I ତେବେ ଜଣେ କର୍ମଚାରୀ ଙ୍କ ପ୍ରଶ୍ନ ରେ ଜୁକରବର୍ଗ କହିଛନ୍ତି କି ଜଣେ ଲୋକ ଙ୍କ ପାଖରେ ଏତେ ଟଙ୍କା ରହିବା ଉଚିତ ନୁହେଁ ,ମୋ ପାଖରେ ଯାହାବି ଅଛି ସେଥିରୁ ଅଧିକାଂଶ ଭାଗ ମୁଁ ଦାନ କରିଦେବାକୁ ନିଷ୍ପତି ନେଇଛି I ଏନେଇ ମୋ ପତ୍ନୀ ମଧ୍ୟ ସହମତ ଜଣାଇଛନ୍ତି I ଜୁକରବର୍ଗ ଙ୍କ ଏହି କଥା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *