ପ୍ରଧାନ ବାବୁଙ୍କୁ ଡାକି ନିଜ ମଞ୍ଚରେ ସୌମ୍ୟ ନିଜେ ହଟହଟା ,ଧର୍ମେନ୍ଦ୍ର ଙ୍କ ତୀର ରେ ସୌମ୍ୟ ଘାଇଲା

ଗତକାଲି ସମ୍ବାଦ ର 35ବର୍ଷ ତମ ଜନ୍ମ ଦିବସ ଏବଂ କନକ ଟିଭି ର 10ବର୍ଷ ଜନ୍ମ ବାର୍ଷିକୀ ବହୁ ଆଡମ୍ବର ରେ ପାଳନ କରାଯାଇଥିଲା I ଏହି ଅବସରରେ ବହୁ ଜ୍ଞାନୀ ଗୁଣି ମାନ୍ୟ ବ୍ୟକ୍ତି ଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ବିଶେଷ ନିମନ୍ତ୍ରଣ କରାଯାଇଥିଲା I

ଏଥିପାଇଁ ବିଶେଷ ନିମନ୍ତ୍ରଣ କୁହାଯାଉଛି କି ମଞ୍ଚରେ ଧର୍ମେନ୍ଦ୍ର ଙ୍କୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତାଠାରୁ ବହୁ ଅଧିକ ଦିଆଯାଇଥିଲା I ମଞ୍ଚ ଥିଲା ସୌମ୍ୟ ଙ୍କର ,ନିମନ୍ତ୍ରିତ ଅତିଥି ବି ତାଙ୍କର ତେବେ ଧର୍ମେନ୍ଦ୍ର ସୌମ୍ୟ ଙ୍କ ମଞ୍ଚରେ ସୌମ୍ୟ ଙ୍କୁ ତୀର ମାରିଥିଲେ ଯାହାକି ଏବେ ସବୁ ମହଲ ରେ ଚର୍ଚା ହେଉଛି I ଧର୍ମେନ୍ଦ୍ର ଙ୍କ ସହିତ ମଂଚ ରେ କୌଣସି ନେତା ଙ୍କୁ ବସିବାର ସୌଭାଗ୍ୟ ଦିଆଯାଇନଥିଲା ଏପରିକି ତାଙ୍କୁ ପ୍ରଶ୍ନ ପଚାରିବାକୁ ନିଉଜ ର ନିର୍ଦେଶିକା ତନୟା ପଟନାୟକ ନିଜେ ଉପସ୍ଥିତ ଥିଲେ I ସାଧାରଣତଃ ଏଭଳି ଏକ କାର୍ଯ୍ୟକ୍ରମ ରେ ମଞ୍ଚ ରେ ଏଡିଟର ଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ ,କିନ୍ତୁ କନକ ଟିଭି ର ଏଡିଟର ମନୋରଞ୍ଜନ ବାବୁଙ୍କୁ ମଂଚ ରେ ଦେଖିବାକୁ ମିଳିନଥିଲା ଯାହାକି ଧର୍ମେନ୍ଦ୍ର ବାବୁ ଙ୍କୁ ସୌମ୍ୟ ବାବୁ କେତେ ଗୁରୁତ୍ୱ ଦେଇଥିଲେ ତାହା ସହଜରେ ଅନୁମେୟ I

ପରେ ଅବଶ୍ୟ ମଞ୍ଚରେ ବିତର୍କ ରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ତେବେ ମଉକା ଛାଡ଼ିନଥିଲେ ଧର୍ମେନ୍ଦ୍ର ,ସୌମ୍ୟ ଙ୍କ ମଞ୍ଚରେ ସୌମ୍ୟ ଙ୍କୁ ତୀର ମାରିଥିଲେ ଧର୍ମେନ୍ଦ୍ର I

କହିଥିଲେ କି ସୌମ୍ୟ ବାବୁ ନେତା ହିସାବରେ କମ ,ଯଦି ରାଜନୀତି କୁ ଆସିନଥାନ୍ତେ ଏବଂ ଗଣମାଧ୍ୟମ କୁ ଅଧିକ ଗୁରୁତ୍ୱ ଦେଇଥାନ୍ତେ ତେବେ ହୁଏତ ଆହୁରି ଭଲ ହେଇଥାନ୍ତା I ଧର୍ମେନ୍ଦ୍ର ଙ୍କ ଏହି ଡାଇଲଗ ଆଗରେ ଫିକା ପଡିଯାଇଥିଲେ ସୌମ୍ୟ ବାବୁ I ସୂଚନା ଥାଉ କି ବିଜେଡି ରେ ସୌମ୍ୟ ବାବୁ ମିଶିବା ପରେ ସାଂସଦ ହେଇଥିଲେ ,ଚଳିତଥର ବିଜେଡି ଟିକେଟ ରେ ଖଣ୍ଡପଡ଼ା ର ବିଧାୟକ ହେଇଥିବା ବେଳେ ମନ୍ତ୍ରୀପଦ ପାଇଁ ତାଙ୍କ ନାମ ଚର୍ଚା ହେଉଥିଲେ ମଧ୍ୟ ମନ୍ତ୍ରୀ ମଣ୍ଡଳ ରେ ତାଙ୍କୁ ସ୍ଥାନ ମିଳିନଥିଲା I

Leave a Reply

Your email address will not be published. Required fields are marked *