ବିଜେଡି ର ପାୱାରଫୁଲ ନେତା ତଥା ସାଂସଦ ରବୀନ୍ଦ୍ର ଜେନା ଏବଂ ନୀଳଗିରି ବିଧାୟକ ପ୍ରାଥୀ ସନ୍ତୋଷ ଖଟୁଆ ଙ୍କୁ ହରାଇ ସାଂସଦ ଭାବେ ପ୍ରତାପ ଷଡ଼ଙ୍ଗୀ ଏବଂ ବିଧାୟକ ଭାବେ ସୁକାନ୍ତ ନାୟକ,ବାଲେଶ୍ୱର ପାଇଁ ମଦନ ମୋହନ ଦତ୍ତ ବିଜୟୀ ହେଇଥିଲେ I ପ୍ରତାପ ନନାଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ଦିଆଯାଇ ତାଙ୍କ ପାୱାର ବୃଦ୍ଧି କରାଯାଇଥିଲେ ମଧ୍ୟ ବାଲେଶ୍ୱର ରେ ଦେଖିବାକୁ ମିଳୁଛି ପ୍ରସାଶନ ବିଜେପି କୁ ଗୁରୁତ୍ୱ ଦେଉନାହାନ୍ତି I ନିକଟରେ ମୋହରି ର ଉଛେଦ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ I ଉଭୟ ମନ୍ତ୍ରୀ ଏବଂ ବିଧାୟକ ନୀଳଗିରି ର ମୋହରି ଚାଳିଆ ଉଛେଦ ନକରିବା ପାଇଁ ପୂର୍ବରୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ କଥା କୁ କେହି ଭୃକ୍ଷେପ ନକରି ବିନା କୌଣସି କୌଣସି ଆଲୋଚନା ରେ ମହିଳା ତହସିଲଦାର ଏହାକୁ ଉଛେଦ କରିଦେଲେ
ଏବଂ ବିଧାୟକ ଙ୍କୁ ଯୁକ୍ତି କରିବାକୁ ପଛାଇଲେ ନାହିଁ ,ଅବଶ୍ୟ ବିଧାୟକ ଙ୍କର ଯେ ଭୁଲ ନଥିବ ଆମେ ସେକଥା କହୁନୁ ମାତ୍ର ଯେଉଁଭଳି ଭାବରେ ଜଣେ ତହସିଲଦାର ଏବଂ ବିଧାୟକ ତୁ ତୁ ମେ ମେ ହେଲେ ଯାହାକି ସ୍ପଷ୍ଟ ଜଣାପଡୁଛି ବିଧାୟକ ଙ୍କୁ କେହି ଖାତିର କରୁନାହାନ୍ତି I କେବଳ ଯେ ବିଜେପି ନେତା ମାନେ ଉପେକ୍ଷିତ ତାହା ନୁହେଁ ଅତୀତ ରେ ଖୋଦ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଙ୍କ ସାମ୍ନା ରେ ତାଙ୍କ ପିଏ ଏବଂ ଅନୁଗତ ମାନଙ୍କୁ ଏସଡ଼ିପିଓ ଦୁର୍ବ୍ୟବହାର କରିଥିବା ଚର୍ଚା ହେଇଥିଲା I ଏସବୁ ଘଟଣା କୁ ତର୍ଜମା କଲେ ମୋଟାମୋଟି କୁହାଯାଇପାରେ ଯେ ପ୍ରସାଶନ ମୂଳରୁ ଜନପ୍ରତିନିଧି ମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି I ଯାହାକି ଏବେ ବାଲେଶ୍ୱର ରେ ଚର୍ଚା ସହିତ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ଆଗାମୀ ଦିନରେ ଏପରି ଚାଲୁରହିଲେ ହୁଏତ ପରିସ୍ଥିତି ଅସ୍ୱାଭାବିକ ହେଇପାରେ I ସାଧାରଣତଃ ତୃତୀୟ ମହଲା ବାବୁଙ୍କ ନିର୍ଦେଶ ରେ ଏଭଳି ହେଉଥିବା ଦଳୀୟ ମହଲ ରେ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି I