ଛାତ୍ର ନେତା ଙ୍କ ପାଖରେ ହାରିଗଲେ ସୁପରଷ୍ଟାର ଅଭିନେତା ତଥା ସାଂସଦ ଅନୁଭବ

ବୈଜୟନ୍ତ ଙ୍କୁ ହରାଇ ସବୁଠାରୁ ଚର୍ଚାରେ ଥିବା ଅନୁଭବ ମହାନ୍ତି ଙ୍କୁ ଶେଷରେ ହାର ମାନିବାକୁ ପଡିଛି ଛାତ୍ର ନେତା ଙ୍କ ପାଖରେ I ଅନୁଭବ ଙ୍କୁ ରାଜନୀତି ର ପାଠ ପଢାଇଛନ୍ତି ଛାତ୍ର ନେତା I ଦଳୀୟ ଶୃଙ୍ଖଳା କଣ ତାହା ମଧ୍ୟ ଇସାରା ଇସାରା ରେ ଜଣାଇଦେଇଛନ୍ତି ଛାତ୍ର ନେତା I ଗତ ସେପ୍ଟେମ୍ବର 30 ତାରିଖ ରେ ଅନୁଭବ ତାଙ୍କ ପଡୋଶୀ ଙ୍କ ନାମରେ ସୋସିଆଲ ମିଡ଼ିଆ ଟ୍ୱିଟ ରେ ଟ୍ୱିଟ କରି ଉଲ୍ଲେଖ କରିଥିଲେ ଯେ ତାଙ୍କ ପଡୋଶୀ ତାଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିଥିଲେ ଏନେଇ ସେ ପୋଲିସ ରେ ଥାନା ଆଇଆଇସି ଙ୍କୁ ଜଣାଇଥିଲେ ମଧ୍ୟ ଆଇଆଇଆସି ତାଙ୍କ କଥା ନଶୁଣି ବରଂ ତାଙ୍କୁ ଦୁଃବ୍ୟବହାର କରିଥିଲେ I ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସାଂସଦ

I ତେବେ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାର ନେଇଥିଲା ନୂଆ ମୋଡ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖିଥିଲେ ଅନୁଭବ ଙ୍କ ପଡୋଶୀ I ତେବେ ପଡୋଶୀ ଜଣଙ୍କ ଥିଲେ ଜଣେ ଛାତ୍ର ନେତା ତଥା ବିଜେଡି ଛାତ୍ର ଉପ ସଭାପତି I ଅଭିଯୋଗ ଙ୍କ ନାମରେ ସେ ପାଲଟା ଅଭିଯୋଗ କରିବା ସହିତ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି କହିଥିଲେ ଏବଂ ସେ ଏନେଇ ଥାନାରେ ଅଭିଯୋଗ କରିବେ ନାହିଁ ଯେହେତୁ ଅନୁଭବ ଜଣେ ବିଜେଡି ସାଂସଦ ଏବଂ ସେ ମଧ୍ୟ ବିଜେଡି ର ଛାତ୍ର ନେତା ଏହା ତାଙ୍କ ଘରୋଇ ମାମଲା ବରଂ ଏନେଇ ସେ ଦଳୀୟ ଫୋରମ ରେ ଅନୁଭବ ଙ୍କ ବିରୁଧରେ ଫେରାଦ ହେବେ I

ଅନୁଭବ ଜଣେ ଏତେବଡ ନେତା ହେଇଛନ୍ତି କିନ୍ତୁ ତାଙ୍କୁ ରାଜନୀତି ଜଣାନାହିଁ ତାଙ୍କୁ କେବଳ ଅଭିନୟ ଜଣା ବୋଲି ଖୋଲାଖୋଲି ଅନୁଭବ ଙ୍କୁ ଆକ୍ଷେପ କରିଥିଲେ ଛାତ୍ର ନେତା I ଘଟଣାକୁ ମଧ୍ୟ ପୂର୍ବତନ ବିଧାୟକ ଆଡେଇ ଯାଇଥିଲେ I ୟା ମଧ୍ୟରେ 7ଦିନ ବିତିଯାଇଥିଲେ ମଧ୍ୟ ଶେଷରେ ଚୁପ ରହିବାକୁ ପଡିଛି ଅନୁଭବ ଙ୍କୁ I ନା ଥାନା ବାବୁ ଶୁଣିଲେ ନା ଦଳୀୟ ନେତା I ତେବେ ସାଧାରଣ ରେ ଏବେ ବି ଚର୍ଚା ହେଉଛି ଅନୁଭବ ଙ୍କୁ ରାଜନୀତି ର ପାଠ ଶିଖାଇଲେ ଛାତ୍ର ନେତା I

Leave a Reply

Your email address will not be published. Required fields are marked *