ଆଜିଠୁ ଜିଓ ର ମାଗଣା କଲ୍ ବନ୍ଦ, ଜାଣନ୍ତୁ କାହିଁକି ବନ୍ଦ ହେଲା

ଆଜିଠାରୁ ଆଉ ମିଳିବନି ଜିଓ ର ମାଗଣା କଲ୍ । ଗତକାଲି ଠାରୁ ଏନେଇ ଜୀଓ ଘୋଷଣା କରିବା ପରେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା । ସୂଚନା ଅନୁଯାଇ ଜିଓ ରୁ ଅଲଗା ନମ୍ୱର୍ କୁ କଲ୍ କଲେ ଏଥରକ ଦେବାକୁ ପଡ଼ିବ ଚାର୍ଜ । ଅବଶ୍ୟ ଏଥିପାଇଁ ନୂଆ ପ୍ଲାନ ଆଣିଚି । 10 ଟଙ୍କିଆ ପ୍ଲାନ୍ ରୁ ଏହା ଆରମ୍ଭ ହେଉଥିବା ବେଳେ ଏଥିରେ 1 ଜିବି ଡାଟା ରହୁଚି । ଜିଓ ରୁ ଅଲଗା ନମ୍ୱର୍ କୁ କଲ୍ କଲେ ମିନିଟ୍ କୁ 6 ପଇସା ଚାର୍ଜ ଲାଗୁ ହେବ । ତେବେ କାହିଁକି ବନ୍ଦ କଲା ଜିଓ ଏହି ମାଗଣା ସେବା ! ସୂଚନା ଅନୁଯାଇ ଜିଓ କୁ ପ୍ରତିଦିନ ବାହାର ନେଟୱର୍କ ରୁ ଅତ୍ୟଧିକ ମିସ୍ କଲ୍ ଆସୁଛି ଏବଂ ଜିଓ ନମ୍ୱର୍ ରୁ ଅଲଗା କଲ୍ ଯିବା ଦ୍ଵାରା ଜିଓ ର କ୍ଷତି ହେଉଛି ଯେଉଁଥିପାଇଁ ଜିଓ ଏହାକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ।

Leave a Reply

Your email address will not be published. Required fields are marked *