ଦାମ ବିଜେପି ଛାଡିବା ପରେ ଲେଖାଶ୍ରୀ ଖୁସି !! ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନିକଟରେ ବିଜେପି ଛାଡିଛନ୍ତି ବଳିଷ୍ଠ ରାଜନେତା ଦାମ ରାଉତ I ବିଜେପି ତାଙ୍କୁ ଅବହେଳା କରିଥିବା ନେଇ କ୍ଷୋଭ ପ୍ରକାଶ କରିବା ସହିତ ଦଳ ଛାଡିଥିଲେ I ତେବେ ବିଜୁ ବିଚାର ରେ ବଢିଥିବା ଦାମ ନିର୍ବାଚନ ର ପରାଜୟ ପରେ ବେଶିଦିନ ତିଷ୍ଠିପାରିନଥିଲେ ବିଜେପି ରେ I ଏବେ କିନ୍ତୁ ଦାମ ବିଜେପି ଛାଡିବା ପରେ ଥୋକାଏ ଭାରି ଚିନ୍ତିତ ,ସେମାନଙ୍କର ଚିନ୍ତାର କାରଣ ଦାମ ଦଳ ଛାଡିବା ପରେ ବିଜେପି ନେତ୍ରୀ ଲେଖାଶ୍ରୀ ଖୁସି ନା ଦୁଃଖିତ !

ହେବେନି କେମିତି ଆଜ୍ଞା ,ପ୍ରତିଦିନ ଟିଭି ଖୋଲିଲେ ଲେଖାଶ୍ରୀ ଙ୍କ ପ୍ରେସ ମିଟ ଦେଖିବାକୁ ମିଳେ ଯେ କୌଣସି ବିଷୟରେ ,ଏମିତିରେ କହିବାକୁ ଗଲେ ବିଜେପି ର ମହିଳା ତୁଙ୍ଗ ନେତ୍ରୀ ଭାବେ ଲେଖାଶ୍ରୀ ଜଣାଶୁଣା I ଏମିତିରେ ତ ଦାମ ଆଉ ଲେଖାଶ୍ରୀ ଙ୍କ ଭିତରେ ଥିବା ଅହି ନକୁଳ ସମ୍ପର୍କ ବିଷୟରେ ସମସ୍ତେ ଅବଗତ I ଦାମ ଙ୍କ ଅଙ୍ଗନବାଡି ମନ୍ତବ୍ୟ ହେଉ କିମ୍ବା ଲେଖାଶ୍ରୀ ଙ୍କ ଶ୍ରୀଖଣ୍ଡୀ ବୟାନ କିଛି କମ ଚର୍ଚିତ ନୁହେଁ I ଏହାପରେ ଦାମ ବିଜେପି ରେ ମିଶିବା ପରେ ଉଭୟ ପଛକଥା କୁ ଭୁଲିଯାଇ ଏକାଠି ପ୍ରଚାର କରିଥିଲେ ,ଯାହାକି ସେତେବେଳେ ଚର୍ଚାର ବିଷୟ ପାଲଟିଥିଲା I

ତେବେ ଆଲୋଚନା ହୁଏ କି ଯେତେ ଯାହା ହେଲେ ବି ଦାମ ଯେମିତି କଟାକ୍ଷ କରନ୍ତି ,ଲେଖାଶ୍ରୀ ଙ୍କ ମନରେ ରାଗ ଥିଲେ ବି ଦଳ ପାଇଁ ବାଧ୍ୟ ହେଇ ତାଙ୍କୁ ସନମାନ କରନ୍ତି ,ଏବେ କିନ୍ତୁ ଦାମ ଦଳ ଛାଡିବା ପରେ କୁଆଡେ ଲେଖାଶ୍ରୀ ଭାରି ଖୁସି ,ଅବଶ୍ୟ ଏକଥା ଆମେ କହୁନୁ ଦଳୀୟ ମହଲରେ ଚର୍ଚା ହେଉଛି ,ଆପଣ କଣ ଭାବୁଛନ୍ତି ?

Leave a Reply

Your email address will not be published. Required fields are marked *