ଶିକ୍ଷୟତ୍ରୀ ଙ୍କ ପାଣି ପିଇଦେବାରୁ ୧୪ ଛାତ୍ରଙ୍କୁ ପିଟି ପିଟି ଆହତ କଲେ

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ସ୍କୁଲ ର 14ଜଣ ଛାତ୍ର ଙ୍କୁ ପିଟି ପିଟି ଆହତ କରାଇଛନ୍ତି ଦିଦି I ଭୟରେ ପିଲାମାନେ ସ୍କୁଲ ସଭାପତି ଙ୍କ ପାଖରେ ଶରଣ ପଶିଥିଲେ I ମିଳିଥିବା ଖବର ଅନୁଯାଇ ଏହି ଅଞ୍ଚଳର ଡଙ୍ଗରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍କୁଲ ଛାତ୍ର ମାନେ ଶିକ୍ଷୟତ୍ରୀ ସୁପ୍ରଭା ସାହୁ ଙ୍କ ବୋତଲ ରୁ ପାଣି ପିଇଦେଇଥିଲେ ଫଳରେ ଦିଦି ରାଗିଯାଇ 15ଟା ବେତ ଭାଙ୍ଗିଦେଇଛନ୍ତି 14ଜଣଙ୍କ ପିଠିରେ I

ସମସ୍ତଙ୍କ ପିଠିରେ ବେତ ର ଚିହ୍ନ ରହିଯାଇଛି ,ଏହାକୁ ନେଇ ତୀବ୍ର ସମାଲୋଚନା ଆସିବା ପରେ ଦିଦି କ୍ଷମା ମାଗିଛନ୍ତି ତେବେ ଦିଦି କହିଛନ୍ତି କି ସେ ପାଣି ଯୋଗୁଁ ମାରିନାହାନ୍ତି I

ଆଜି ପରୀକ୍ଷା ଥିବାରୁ ପିଲାମାନଙ୍କୁ ପଢିବାକୁ କହିଥିଲେ କିନ୍ତୁ ପିଲାମାନେ ତାଙ୍କ କଥା ନଶୁଣି ହସିଥିଲେ ଫଳରେ ଦିଦି ରାଗିଯାଇ ପିଲାଙ୍କୁ ପିଟିଥିଲେ ବୋଲି ମାନିଛନ୍ତି I ଆଗକୁ ଆଉ ଏମିତି ଭୁଲ କରିବେନି ବୋଲି କହିଥିଲେ I ସେପଟେ ଅଭିଭାବକ ମାନେ ଦାବି କରିଛନ୍ତି ସମ୍ପୃକ୍ତା ଦିଦି ଙ୍କୁ ବହିଷ୍କାର କିମ୍ବା ସ୍କୁଲ ରୁ ବଦଳି କରିବାକୁ I

Leave a Reply

Your email address will not be published. Required fields are marked *