ପୁଅ ପାଇଁ ବିଜେଡି ଛାଡି ବିଜେପି ଯାଇଥିଲେ ଝିଅ ପାଇଁ ବିଜେପି ଛାଡିଲେ ! ଚତୁର ଦାମ

ରାଜ୍ୟ ରେ ଶୀତ ଆରମ୍ଭ ହେଇଥିବା ବେଳେ ରାଜ୍ୟ ରାଜନୀତି କୁ ଉସ୍ମ କରି ରଖିଛି ଦାମ ଙ୍କ ଚର୍ଚା I ଏକଦା ଏକ ଗଣମାଧ୍ୟମ ର ଓଡ଼ିଶାର 10ଜଣ ପାୱାରଫୁଲ ନେତା ଙ୍କ ଭିତରେ ଦୁଇ ନମ୍ବର ସ୍ଥାନ ରେ ଆସିଥିଲେ ଦାମ ରାଉତ I କେବଳ ଲିଷ୍ଟ ନୁହେଁ ,ଲୋକଙ୍କ ମନରେ ବି ଦାମ ଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା କିନ୍ତୁ ସମୟ କ୍ରମ ରେ ଆଜି ଦାମ ଙ୍କୁ ସବୁଠାରୁ ସ୍ୱାର୍ଥପର ନେତା ଏମିତିକି ବହୁରୂପୀ ଏଣ୍ଡୁଅ କହିବାକୁ ବି ସାଧାରଣ ଲୋକେ ପଛାଉ ନାହାନ୍ତି I ଦିନେ ବିଜେଡି ରେ ପାୱାରଫୁଲ ଥିବା ଏହି ନେତା ପରେ ଅବହେଳିତ ହେଇ ଦଳରୁ ତଡା ଖାଇଥିଲେ ଏବଂ ପ୍ରତିଶୋଧ ନେବାକୁ ଚିର ବିରୋଧୀ ବିଜେପି ସହିତ ମିଶିଥିଲେ I

ଯାହାକି ଓଡିଶା ରାଜନୀତି ରେ ଏକ ସ୍ମରଣୀୟ ଘଟଣା ହେଇ ରହିବ I ଏବେ ବିଜେପି ରୁ ମଧ୍ୟ ସମାନ ଅଭିଯୋଗ ଯଥା ଅବହେଳିତ ହେଉଥିବାର କହି ବିଜେପି ଛାଡିଦେଇଛନ୍ତି I ଆଉ ରାଜନୀତି ଲଢ଼ିବେ ନାହିଁ ବୋଲି ମଧ୍ୟ ଘୋଷଣା କରିସାରିଛନ୍ତି ,ତେବେ ଚର୍ଚା ଚାଲିଛି କି ରାଜ୍ୟ ରାଜନୀତି ର ପିତାମହ ଭୀଷ୍ମ ଏଭଳି ଚୁପ କାହିଁକି ହେଇଗଲେ ? ଯେଉଁ ବିଜେଡି ବିରୁଧରେ ରଣହୁଙ୍କାର ଦେଇଥିଲେ ସେହି ବିଜେଡି କୁ ପୁଣି ପ୍ରସଂଶା ରେ ପୋତି ପକାଉଛନ୍ତି ଯାହାକି ସାଧାରଣ ରେ ସହଜରେ ଗ୍ରହଣ ହେଉନି Iତେବେ ଭିତିରିଆ ଚର୍ଚା ଚାଲିଛି କି ନବୀନ ଙ୍କ ବିରୁଧରେ ଲଢେଇ ପାଇଁ ନୁହେଁ ନିଜ ସ୍ୱାର୍ଥ ପାଇଁ ବିଜେଡି ଛାଡି ବିଜେପି ଯାଇଥିଲେ ଦାମ I ଆଉ ଏବେବି ନିଜ ସ୍ୱାର୍ଥ ପାଇଁ ବିଜେପି ଛାଡିଛନ୍ତି I ଏମିତିରେ ବହୁ ବିବାଦ ରେ ଛନ୍ଦି ହେଇପଡ଼ିଥିଲେ ବଳିଷ୍ଠ ନେତା ଦାମ,ସେ ଅଙ୍ଗନବାଡି ହେଉ କି ବ୍ରାହ୍ମଣ ବିବାଦ, ଏହାସହିତ ନିଜ ନିର୍ବାଚନ ମଣ୍ଡଳୀ ରେ ଦାମ ଙ୍କ ବିରୁଧରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହେଇଥିଲା ଏମିତିକି କୌଣସି ନେତା ଙ୍କ ସହିତ ତାଙ୍କର ପଡେନାହିଁ ,

ପୂର୍ବତନ ସାଂସଦ କୁଳମଣି ,ରାଜଶ୍ରୀ ,ପ୍ରଶାନ୍ତ ଏବଂ ବିଷ୍ଣୁ ଙ୍କ ସହିତ Iବିଜେଡି ରେ ଯୁବପିଢ଼ି ଙ୍କୁ ସୁଯୋଗ ରେ ହୁଏତ ବଳିପଡ଼ିଥାନ୍ତେ ଏହି ବଳିଷ୍ଠ ନେତା ,ସେଥିପାଇଁ ନିର୍ବାଚନ ପୂର୍ବରୁ ଦଳ ପାଣ୍ଡିଆନ ଙ୍କ ବିରୁଧରେ ବିଷଦଗାର କରିଥିଲେ I ତେବେ ଭାରି ଚାଲାକ ଦାମ ବାବୁ ,ନବୀନ ଙ୍କୁ କଟାକ୍ଷ କରିବା ବଦଳରେ ବେଶୀ ଗର୍ଜିଥିଲେ ପାଣ୍ଡିଆନ ଙ୍କ ଉପରେ I କୁହାଯାଉଛି କି ନିଜ ପୁଅ ସମ୍ବିତ ଙ୍କୁ ପାରାଦୀପ ବିଧାୟକ ଭାବେ ଗଢିବାକୁ ଦାମ ଙ୍କ ଏହି ସୁପରିକଳ୍ପିତ ଯୋଜନା Iଦାମ ଙ୍କ ପରେ ଯେ ସମ୍ବିତ ପାରାଦୀପ ର ବିଜେଡି ପ୍ରାଥୀ ହେଇଥାନ୍ତେ ତାହା ନିର୍ଚ୍ଚିତ ନଥିଲା ,ସେଥିପାଇଁ ପୁଅକୁ ପ୍ରାଥୀ କରେଇବାକୁ କୁଆଡେ ଏହା ଚାଲ୍ ଥିଲା I ଏମିତିରେ ଯେବେ ପାରାଦୀପ ବିଜେଡି ପ୍ରାଥୀ ଭାବେ ଦେବାଶିଷ ଙ୍କ ନାମ ଚର୍ଚା ହେଇଥିଲା ଚିହିଁକି ଉଠିଥିଲେ ଦାମ କହିଥିଲେ କି ତାଙ୍କ ପୁଅଙ୍କୁ ହିଁ ଟିକେଟ ଦିଆଯିବା ଉଚିତ ଯଦିଓ ସେତେବେଳକୁ ସେ ବିଜେପି ରେ ସାମିଲ ହେଇଥିଲେ I ସବୁଠୁ ବେଶୀ ଚର୍ଚା ହୁଏ ଦାମ ନିଜ ନିର୍ବାଚନ ମଣ୍ଡଳୀ ରୁ ନଲଢ଼ି ଏରସମା ରୁ ଲଢ଼ିବା ,ଏହି ନିର୍ବାଚନ ମଣ୍ଡଳୀ ସହିତ ଦାମ ଙ୍କର ସେତେ ନିବିଡ଼ତା ନଥିବା ସତେ ଦାମ ସର୍ତ ରଖିଥିଲେ ଏରସମା ରୁ ଲଢ଼ିବାକୁI ଯାହାକି ସୂଚେଇ ଦେଉଛି ନିଜ ପୁଅ ପାଇଁ ଦାମ ଙ୍କ ବଳିଦାନ I ଏମିତି ରେ ଭାଇ ବାମ ବିଜେପି ରେ ପତିଆରା ଦେଖାଇବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ପାନେ ମଧ୍ୟ ଦେଇଥିଲେ ଦାମ ବିଜେପି ରେ ସାମିଲ୍ ହେଇକିIତାହା ଛଡା ଦାମ ସବୁବେଳେ କୁହନ୍ତି କି ସମ୍ବିତ ମୋ ପୁଅ ,ସେ ଅଶୋକ ପୁଅ ଭଳି ନୁହେଁ ,ମୋ ପୁଅ ମୋ କଥା ରେ ,ଏହା ମଧ୍ୟ ସତ ଯେ ଆଜିବି ସମ୍ବିତ କୁହନ୍ତି ସେ ପ୍ରଥମେ ଦାମ ଙ୍କ ପୁଅ ତାପରେ ଆଉ ଯାହା I ଏସବୁ ସତ୍ୱେ ବାପା ଦାମ ଙ୍କ କଥା ନ ମାନି ବିଜେଡି ରେ ସମ୍ବିତ ରହିବା ଆହୁରି ଚକିତ କରୁନି କି ? ପରୋକ୍ଷ ରେ ସମ୍ବିତ ବିଜେଡି ର ପ୍ରାଥୀ ହୁଅନ୍ତୁ ,ଦାମ ଙ୍କ ନିଷ୍ପତି ନୁହେଁ କି ? ସମ୍ବିତ ପାରାଦୀପ ରେ ବିଜେଡି ପ୍ରାଥୀ ହେବାପରେ ,ଲୁଣୀପାଣିରେ ପଦ୍ମ ଫୁଟାଇବେ ବୋଲି ଗର୍ଜୁଥିବା ଦାମ ପୁରା ଧିମେଇ ଗଲେ ,ପୁଅ ବିରୁଧରେ କୌଣସି ପଦେ ବି କହିନଥିଲେ ବରଂ କହିଥିଲେ କି ଭଲ ପ୍ରାଥୀଙ୍କୁ ଭୋଟ ଦିଅ Iକୁହାଯାଉଛି ରାଜନୀତି ର ପିତାମହ ଭୀଷ୍ମ ଙ୍କ ଏହା ଚାଲ୍ ଥିଲା ନିଜ ସରଶଯ୍ୟା ରେ ନିଜେ ସୋଇଥିଲେ I ଏମିତିରେ ବିଜେପି ହାୱା ଥିଲା ତେଣୁ ଏରସମା ରୁ ଦାମ ,ପାରାଦୀପ ରୁ ସମ୍ବିତ I ହାରିବା ପରେ ଦାମ ବିଜେପି ସହିତ ଖାପ ଖୁଆଇ ପାରିନଥିଲେ ,ଅସମ୍ଭବ ମଧ୍ୟ ସାରା ଜୀବନ ବିଜୁ ବାବୁ ଙ୍କ ଆଦର୍ଶ ରେ ଚଳିଥିବା ଦାମ ବିଜେପି ରେ ବା କେମିତି ରହିବେ I ତେବେ ମହା ଚାଲାକି ଦାମ ବାବୁ ,ଠିକ ସେହିଦିନ ବିଜେପି ଛାଡିଲେ ଯେଉଁଦିନ ନବୀନ ଙ୍କ ଜନ୍ମଦିନ I ହୁଏତ ଆପଣ କହିପାରନ୍ତି ଯେ ଏହା ଦାମ ଙ୍କ ନବୀନ ଙ୍କୁ ଜନ୍ମଦିନରେ ଭେଟି Iତେବେ ଅକସ୍ମାତ କାହିଁକି ? ହଁ ଶୁଣାଯାଉଛି ଏବେ ପୁଅର ରାଜନୀତି କ୍ୟାରିଅର ସେଟଲ୍ ହେଇଗଲା କିନ୍ତୁ ଝିଅ ପ୍ରୀତିନନ୍ଦା ପାଇଁ ସେ ବହୁତ ବ୍ୟସ୍ତ I ନିର୍ବାଚନ ରେ ବାପା ଙ୍କ ପାଇଁ ବିଜେଡି ଛାଡିଥିଲେ ଝିଅ ,ସ୍ୱାଧୀନ ଭାବରେ ପ୍ରାଥୀପତ୍ର ଦାଖଲ କରିଥିଲେ ପରେ ସ୍ଵ ଇଛାରେ ଓହରି ଯାଇଥିଲେ I ଅବଶ୍ୟ ପୁଣିଥରେ ବୁଝାସୁଝା ପରେ ବିଜେଡି କୁ ଫେରିଥିଲେ ପ୍ରୀତିନନ୍ଦା I ପ୍ରୀତିନନ୍ଦା ଯେ ଜଣେ ସୁଦକ୍ଷା ନେତ୍ରୀ ଏଥିରେ ସନ୍ଦେହ ନାହିଁ Iଆଗକୁ ମହାନଗର ନିର୍ବାଚନ ଆସୁଥିବା ବେଳେ ଦାମ ଙ୍କ ବିଜେପି ଛାଡିବା ସମସ୍ତଙ୍କୁ ସନ୍ଦେହ କରିବାକୁ ବାଧ୍ୟ କରିଛି I ଶୁଣାଯାଉଛି କି ଦାମ ଚାଁହୁଛନ୍ତି ଝିଅ ପ୍ରୀତି ମେୟର ହୁଅନ୍ତୁ ସେଥିପାଇଁ ବିଜେପି ଛାଡି ବିଜେଡି ପ୍ରସଂଶା ରେ I ଅବଶ୍ୟ ଏକଥା ଆମେ କହୁନୁ ,ଯାହା କେବଳ ଚର୍ଚା ହେଉଛି ,ସତ ଟା କଣ ଆପଣ ବି ଅନୁମାନ କରନ୍ତୁ ,ମତାମତ ଦେବାକୁ ଭୁଲିବେନି I

Leave a Reply

Your email address will not be published. Required fields are marked *