ନବରଙ୍ଗପୁର ରେ ବସ୍ ଚାଲୁଥିଲା ହଠାତ ୪ଟି ଚକା ଗାଡ଼ିରୁ ବାହାରି ବିଲକୁ ପଳାଇଲା କିନ୍ତୁ ୪୫ଯାତ୍ରୀ ବଞ୍ଚିଗଲେ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ଏକ ବସ ଚାଲୁଥିବା ସମୟରେ ହଠାତ ବସ୍ ର ଚାରୋଟି ଜାକ ଚକା ବାହାରିଯାଇ ଛିଟିକି ପଡିଥିଲା ନିକଟସ୍ଥ ଧାନବିଲ କୁ I କେହି କିଛି ବୁଝିବା ଆଗରୁ ବସ୍ ଟି ଏକ ଗଛ ରେ ପିଟିହେଇଯାଇଥିଲା I ତେବେ ଆଶ୍ଚର୍ଯ୍ୟ ଭାବେ ବସ୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି କାହାର କିଛି କ୍ଷତି ହେଇନଥିବା ବେଳେ ଦୁଇଜଣଙ୍କର ସାମାନ୍ୟ କ୍ଷତି ହେଇଚି I ସୂଚନା ଅନୁଯାଇ ଏମଏସବି ନାମକ ଏକ ବସ୍ 45ଜଣ ଯାତ୍ରୀ ଙ୍କୁ ନେଇ ଉମରକୋଟରୁ ଦାମନଯୋଡି ଯାଉଥିଲା ତେବେ ହଠାତ ଡାବୁଙ୍ଗା ପାଖରେ ବସ୍ ର ଚକା ବାହାରି ଯାଇଥିଲା I

ତେବେ ଏନେଇ ଜଣେ ଯାତ୍ରୀ କୁହନ୍ତି କି ବସ୍ ରୁ ଚକା ବାହାରିଯିବା ପରେ ସମସ୍ତେ ଭୟଭୀତ ହେଇ ସାଇବାବା ଙ୍କୁ ଡାକିଥିଲେ ,ଆଉ ଆଶ୍ଚର୍ଯ୍ୟ ଭାବେ ବସ୍ ଟି ଏକ ଗଛରେ ମାଡ ହେଇ ସମସ୍ତେ ବର୍ତ୍ତିଯାଇଛନ୍ତି I ପୋଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *