ଭୁଲ ଟ୍ୱିଟ କରି ସୋସିଆଲ ମିଡିଆରେ ଟ୍ରଲ ହେଲେ ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ

ଅନ୍ୟ ସରକାରଙ୍କ ଯୋଜନା କୁ ପ୍ରସଂଶା କରି ଏହା ନବୀନ ବାବୁ ଙ୍କ ପ୍ରଶଂସନୀୟ କାମ କହି ହଟହଟା ହେଇଛନ୍ତି ବିଜେଡି ଆଇଟି ସେଲ ମୁଖ୍ୟ ତଥା ସାଂସଦ ଅମର ପଟନାୟକ I ମହୋଦୟ ସାଂସଦ ହେବା ସହିତ ଆଇଟି ସେଲ ର ମୁଖିଆ ହେଇଥିଲେ ମଧ୍ୟ ତାଙ୍କ ପାଖରେ ଖବର ନାହିଁ କେଉଁଟା ରାଜ୍ୟ ର ଆଉ କେଉଁଟା ରାଜ୍ୟ ବାହାର ଯୋଜନା I ଗତକାଲି ଦିଲ୍ଲୀ ସରକାର କେଜ୍ରିୱାଲ ଙ୍କ ସ୍ୱାଗତଯୋଗ୍ୟ ନିଷ୍ପତି ମହିଳା ମାନଙ୍କୁ ବସ ରେ ମାଗଣା ଘଟଣା କୁ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟ କରିଥିଲେ I

ଏହାକୁ ଅମର ଋଟ୍ୱିଟ କରି ନବୀନ ଙ୍କୁ ପ୍ରଶଂଶାରେ ପୋତି ପକାଇଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ଙ୍କର ଏହା ଅତି ଉତ୍ତମ ତଥା ପ୍ରସଂଶନୀୟ କାର୍ଯ୍ୟ ବୋଲି ଟ୍ୱିଟ କରିଥିଲେ ,ଏହାପରେ ଅମର ଟ୍ରଲ ହେବାରେ ଲାଗିଥିଲେ ,ବ୍ୟବହାରକାରୀ ମାନେ ତାଙ୍କୁ ପ୍ରଶ୍ନ ପଚାରିଥିଲେ କି ସାରେ ଏହା ଦିଲ୍ଲୀ ନା ନବୀନ ବାବୁ ଙ୍କ ଯୋଜନା ? ସମାଲୋଚନା ପରେ ଶେଷରେ ବାଧ୍ୟ ହେଇ କ୍ଷମା ମାଗିଛନ୍ତି ଆଇଟି ସେଲ ମୁଖ୍ୟ ଅମର ପଟନାୟକ I

Leave a Reply

Your email address will not be published. Required fields are marked *