ବାପା ଯାଇଥିଲେ ମା ବି ଚାଲିଗଲା ଆରପାରିକି, ଭୋକିଲା ପେଟରେ କାଲିଠୁ ଅପେକ୍ଷା କରିଛନ୍ତି 3 ଛୁଆ

କୁହାଯାଏ ଦଇବ ଦାଉ ସାଧିଲେ ତାକୁ କିଏ ରୋକିପାରିବ I ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟର ଦଶମନ୍ତପୁର ବ୍ଲକ ବଦଳିକୁଡୁମ ଗାଁ ରେ I ଏହି ଗ୍ରାମରେ ବାସ କରୁଥିବା ଏକ ପରିବାର ଉପରେ ଦଇବ ର ଛାଟ ପଡିଛି ,ପୂର୍ବରୁ ବାପା ଚାଲିଯାଇଥିଲେ ଆଉ ଗତକାଲି ମା ଚାଲିଗଲେ I ଅନାଥ ହେଇଯାଇଛନ୍ତି 3ସନ୍ତାନ I ଜୁଳୁଜୁଳୁ ହେଇ ଅନେଇ ରହିଛନ୍ତି ,କାଳେ ତାଙ୍କ ମା ଫେରି ଆସିବ କିନ୍ତୁ ନା ମା ଆସୁନି I ସୂଚନା ଅନୁଯାଇ ଏହି ଗ୍ରାମର ବାପା ଭାସ୍କର ନାଏକ ୨ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ 3ସନ୍ତାନ ଙ୍କୁ ନେଇ ଯାହିତାହି ପରିବାର ଚଳାଉଥିଲେ ମା ଦେବକୀ ନାଏକ।କିନ୍ତୁ ଗତକାଲି ମା କାଠ ପାଇଁ ଯାଇଥିବା ସମୟରେ ତାଙ୍କ ଜୀବନ ଚାଲିଯାଇଛି I

ସାହି ପଡିଶା ପହଁଚି ଶୁଦ୍ଧିକ୍ରିୟା କରିଥିଲେ କିନ୍ତୁ ତିନି ସନ୍ତାନ ଖାଲି ଜୁଳୁଜୁଳୁ ହେଇ ଅନେଇ ରହିଛନ୍ତି I କାଲିଠୁ ଉପାସ ରହିଛନ୍ତି ତିନିଜଣ କିନ୍ତୁ କେହି ବି ତାଙ୍କ ପାଖରେ ପହଁଚିପାରିନାହାନ୍ତି Iବଡ ଝିଅ ଭଗବତୀକୁ ୧୦ ବର୍ଷ ହେଇଥିବା ବେଳେ ଦୁଇ ପୁଅ ଲକ୍ଷ୍ମଣ ଲଳିତ ଝିଅଠାରୁ ବୟସରେ ସାନ ।

Leave a Reply

Your email address will not be published. Required fields are marked *