ମହିଳାଙ୍କୁ ବସ୍ ରେ ମାଗଣା ଯାତ୍ରା ପରେ ନିଜେ ମୁଖ୍ୟମନ୍ତ୍ରୀ ବସ୍ ରେ ଯାତ୍ରା କରି ସୁବିଧା ଅସୁବିଧା ପଚାରିଲେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲାଗୁ କରିଛନ୍ତି ନୂଆ ନିୟମ I ମହିଳା ମାନଙ୍କ ପାଇଁ ବସ୍ ରେ ସମ୍ପୂର୍ଣ୍ଣ ମାଗଣା I ଗତକାଲିଠାରୁ ଏଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ତାଙ୍କୁ ସବୁଦିଗରୁ ପ୍ରସଂଶା କରାଯାଉଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ବସ ରେ ଯାତ୍ରା କରିଥିଲେ I ମହିଳା ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ I ଜଣେ ମହିଳା ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିବାବେଳେ ,ମୁଖ୍ୟମନ୍ତ୍ରୀ ତାଙ୍କୁ ବାରଣ କରି କହିଥିଲେ କି ତୁମେ ତ ଭଉଣୀ ଭଳି ,ଭଉଣୀ ମାନଙ୍କ ପାଇଁ ଭାଇର ଏ ଉପହାର I

ତେବେ କେଜ୍ରିୱାଲ ଟ୍ୱିକହିଛନ୍ତି କି ପୂର୍ବରୁ ନେତା ମନ୍ତ୍ରୀ ମାନେ ମାଗଣାରେ ଯାଉଥିଲେ ସେମାନଙ୍କୁ VIP କୁହାଯାଉଥିଲା କିନ୍ତୁ ମୋ ରାଜ୍ୟର ମହିଳା ମାନେ ହିଁ VIP ସେଥିପାଇଁ ସେମାନଙ୍କୁ ମାଗଣା ଯାତ୍ରା ର ବ୍ୟବସ୍ତା ଆମ ସରକାର କରାଇଛି I

Leave a Reply

Your email address will not be published. Required fields are marked *