ସିବିଆଇ ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଅଫିସ ଦୌଡି ଦୌଡି ଚପଲ ଛିଣ୍ଡିଲାଣି ଜିପିଏଫ ଟଙ୍କା ମିଳୁନି

ଆଲୋକ ବର୍ମା ,ଜଣେ ଦକ୍ଷ ପୋଲିସ ଭାବରେ ବେଶ ଜଣାଶୁଣା I ସିବିଆଇ ର ପୂର୍ବତନ ନିର୍ଦେଶକ ଭାବରେ ସେ ବହୁତ ଦକ୍ଷତା ଦେଖାଇଛନ୍ତି I ଆଜିକିନ୍ତୁ ନିଜ ଜିପିଏଫ ଟଙ୍କା ପାଇଁ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡି ଗଲାଣି କେହି ଶୁଣୁନାହାନ୍ତି Iସୂଚନା ଥାଉ କି 2018 ଶେଷ ଆଡକୁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ମଧ୍ୟରେ ବିବାଦ ହେଇଥିଲା ଫଳରେ ଉଭୟଙ୍କୁ କେନ୍ଦ୍ର ସରକାର ଛୁଟି ଦେଇ କିଛିସମୟ ଅବ୍ୟାହତି ଦେଇଥିଲେ କିନ୍ତୁ ଏହାକୁ ଚାଲେଞ୍ଜ ଦେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଇଥିଲେ ଆଲୋକ ବର୍ମା ଏବଂ ସୁପ୍ରିମ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ I

ପୁଣିଥରେ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ତାଙ୍କୁ ସେହି ପଦବୀ ରୁ ହଟାଜିବା ପରେ ସେ ଇସ୍ତଫା ଦେଇଥିଲେ ।I କେନ୍ଦ୍ର ସରକାର ଙ୍କୁ ଦୋହଲେଇଦେଇଥିବା ଏହି ପୂର୍ବତନ ସିବିଆଇ ନିର୍ଦେଶକ ଆଜି ନିଜ ଅବସର କାଳୀନ ଟଙ୍କା ପାଇଁ ଦୌଡୁଛନ୍ତି କିନ୍ତୁ କେହି ଶୁଣୁନାହାନ୍ତି I ଖବର ଅନୁଯାଇ ଗୃହ ମନ୍ତ୍ରଣାଳୟର ପତ୍ର ସଂଖ୍ୟା ୪୫୦୨୦/୪/୨୦୧୯ ଅନୁଯାଇ ଆଲୋକ ବର୍ମା କାହାକୁ କିଛି ନକହି ୨୦୧୯ ଜାନୁଆରୀ ୧୧ରୁ ୩୧ ପର୍ଯ୍ୟନ୍ତ ଛୁଟି ନେଇଯାଇଥିଲେ

I ଏହା ସରକାରୀ ନିୟମ କୁ ଖୋଲାଖୋଲି ଉଲଂଘନ କରୁଥିବାର ଅଭିଯୋଗ ଅଣାଯାଇ ତାଙ୍କୁ ଅବସରକାଳୀନ ସମସ୍ତ ସୁବିଧା ରୁ ବଞ୍ଚିତ କରାଯାଇଛି ବୋଲି ଜଣାପଡିଛି I

Leave a Reply

Your email address will not be published. Required fields are marked *