ବଡ ଭାଇର ଶବ ଦେଖି ତୋ ବିନା ବଞ୍ଚିପାରିବିନି କହି ଚାଲିଗଲା ସାନ ଭାଇର ଜୀବନ

ସମ୍ପତି ପାଇଁ ଭାଇ ହିଁ ଭଗାରୀ ସାଜେ ,ଏମିତି ତ ଅନେକ ଦେଖିବାକୁ ମିଳୁଛି କି କେଉଁଠି ଭାଇ ସମ୍ପତି ପାଇଁ ଭାଇ କୁ ହତ୍ୟା କରୁଛି ତ ଆଉ କେଉଁଠି ଧୋକା ଦେଉଛି ,କିଛିଦିନ ତଳେ ତ ମାତ୍ର 26ହଜାର ପାଇଁ ନିଜ ଭାଇ ସାନ ଭାଇକୁ ବନ୍ଧା ଦେଇଦେଇଥିଲା I କିନ୍ତୁ ଅନୁଗୋଳ ଜିଲ୍ଲା ପାଲଲହଡ଼ା ରାଜବଂଶରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା I ବଡ ଭାଇର ମୃତ୍ୟୁ ଖବର ଶୁଣିବା ପରେ ପରେ ସାନ ଭାଇ ର ମୃତ୍ୟୁ ହେଇଯାଇଛି I ସୂଚନା ଅନୁଯାଇ ଗତକାଲି କ୍ୟାନ୍‌ସରରେ ପୀଡିତ ବଡଭାଇ ଦୀପକ ଙ୍କର ମୃତ୍ୟୁ ହେଇଥିଲା Iତାଙ୍କ ଶବ କୁ ଘରକୁ ଅଣାଯାଇଥିଲା ,ବଡ ଭାଇର ମୃତ୍ୟୁ ଦେଖି ସାନ ଭାଇ ନିଜକୁ ସମ୍ଭାଳି ପାରିନଥିଲା ତୁ ଏମିତି ମତେ ଛାଡିକି ଯାଇପାରିବୁନି, ତୋ ବିନା ମୁଁ ବଂଚିପାରିବିନି ,ରହ ମୁଁ ତୋ ପାଖକୁ ଯାଉଛି ତୋ ପାଖକୁ କହି ଅଚେତ ହେଇଯାଇଥିଲେ I ପରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

ଏକା ସାଙ୍ଗରେ ଘରେ ଦୁଇ ଦୁଇଟି କୋକେଇ ଉଠିଥିଲା I ଘଟଣାଟି ସାରା ସହର ରେ ଚର୍ଚା ଧରିଥିବା ବେଳେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି I

Leave a Reply

Your email address will not be published. Required fields are marked *