ଭଜନ ରେ କୋଟି ହୃଦୟ ରାଜ କରୁଥିବା ଭିକାରୀ ବଳ ଙ୍କ ସ୍ମୃତି ରେ..

ସଙ୍ଗୀତ ଜଗତର ବାଦଶାହା ଭିକାରୀ ବଳ।ଆଜକୁ ଠିକ୍ ୯ ବର୍ଷ ତଳେ ୨୦୧୦ ମସିହା ନଭେମ୍ବର ମାସ ୨ ତାରିଖ ଦିନ ଲିଭି ଯାଇଥିଲା ତାଙ୍କ ଜୀବନର ଦୀପ।କିନ୍ତୁ ଆଜି ବି କୋଟି କୋଟି ପ୍ରାଣରେ ଗୁଞ୍ଜରିତ ହୁଏ ତାଙ୍କ କଣ୍ଠ ନିଶୃହ ସହ ସହ ସଙ୍ଗୀତ।ନାମ ସିନା ଥିଲା ତାଙ୍କର ଭିକାରୀ କିନ୍ତୁ ସେ କୋଟି କୋଟି ଲୋକଙ୍କ ହୃଦୟରେ ପଲଟିଯାଇଥିଲେ ସମ୍ରାଟ। ଏ ଭିକାରୀ ନାମ ପଛରେ ଲୁଚି ରହିଛି ମଧ୍ୟ କିଛି ରହସ୍ୟ।କେନ୍ଦ୍ରାପଡ଼ାର ସୋବଳି ଗ୍ରାମରେ ରାମଚନ୍ଦ୍ର ବଳ ଏବଂ ଗେହ୍ଲା ରାଣୀ ଦେବୀଙ୍କ ଠାରୁ ଜନ୍ମିତ ହେଉଥିବା ଶିଶୁ ମାନେ ଜଣେ ପରେ ଜଣେ ପ୍ରାଣ ହରାଉଥିଲେ।ତେଣୁ ୧୯୨୯ ମସିହା ମେ ମାସ ୨୫ ତାରିଖରେ ଆଉ ଜଣେ ଶିଶୁ ଜନ୍ମ ନେଲେ ତାର ଯେମିତି କିଛି କ୍ଷତି ନ ହେଉ ତା ନାମ ରଖିଲେ ଭିକାରୀ।

ସେ ସିନା ବଂଚିଗଲେ କିନ୍ତୁ ତାଙ୍କ ଛୋଟ ବେଳେ ତାଙ୍କ ବାପା ମା ଚାଲିଗଲେ ଆର ପାରିକୁ।ଏବଂ ପିଲା ବେଳେ ସେ ଯାତ୍ରା,ଡ୍ରାମା ଆଦିରେ ଯୋଗ ଦେଇ ସେଠାରେ ହର୍ମୋନୀୟମ୍ ବଜାଇବା ଗୀତ ଗାଇବା ଆଦି କାର୍ଯ୍ୟ କରୁଥିଲେ।ଏବଂ ଆକାଶବାଣୀ ରେ ଯୋଗ ଦେବା ପାଇଁ ସଙ୍ଘର୍ଷ କରୁଥିବା ବେଳେ ପ୍ରାଣ ମିତଣି ବାରେ ଚାହ୍ନାରେ ଗୀତ ପାଇଁ ତାଙ୍କୁ ଏ ଗ୍ରେଡ କଣ୍ଠ ଶିଳ୍ପୀ ର ମାନ୍ୟତା ମିଳିଥିଲା।ଏବଂ ତାଙ୍କ ଦ୍ଵାରା ପ୍ରସାରିତ ଗୀତ କୋଠ ଭୋଗ ଖିଆ… ସାଠିଏ ପଉଟି ଭୋଗ ଆଦି ଗୀତ ଆଜି ବି ଲୋକମାନଙ୍କ ମନରେ ଭିକାରୀ ବଳ ଙ୍କ ସ୍ମୃତି ଜାଗ୍ରତ କରିଦିଏ।ମାତ୍ର ୨୦ ବର୍ଷ ବୟସରେ ସେ ଉଷାରାଣୀ ଙ୍କୁ ବିବାହ କରିଥିଲେ ଏବଂ ତା ପରଠୁ ଉଷାରାଣୀ ମଧ୍ୟ ତାଙ୍କୁ ସ୍ୱର ସଂଯୋଜନାରେ ବହୁତ୍ ସାହାଯ୍ୟ କରିଥିଲେ।୨୫ ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ ହେଁ ଜଗନ୍ନାଥ ଭଜନ ଏବଂ ଗୀତଗୋବିନ୍ଦ ରେ ମୁଗ୍ଧ ଗଜପତି ମହାରାଜ ତାଙ୍କୁ ଭଜନ ସମ୍ରାଟ ଉପାଧିରେ ଭୂଷିତ କରିଥିଲେ।

Leave a Reply

Your email address will not be published. Required fields are marked *