ମୁଁ କୁନ୍ଦୁଲି ଭଳି ହେବାକୁ ଚାହେଁନି ,ମତେ ନ୍ୟାୟ ଦିଅ ପ୍ଲିଜ୍ , ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି

କୁହାଯାଏ ସହିବାର ସୀମା ଟପିଲେ ମଣିଷ ହୁଏତ କିଛି ଭୁଲ କରିପାରେ ,ଏମିତିକି ବିଳମ୍ବିତ ନ୍ୟାୟ ବି ବିଡ଼ମ୍ବିତ ହେଇଜିବାର ଅନେକ ନଜିର ରହିଛି I ଯେମିତି କୁନ୍ଦୁଲି ଚିତ୍କାର କରି କହୁଥିଲା ମତେ ଧର୍ଷଣ କରାଯାଇଛି ନ୍ୟାୟ ଦିଅ ,କିନ୍ତୁ ଶେଷରେ ସବୁ ଭୁଲ ପ୍ରମାଣିତ ହେଇଗଲା ଆଉ ବିଚାରି କୁନ୍ଦୁଲି ପୀଡିତା ସସ୍ମିତା ନ୍ୟାୟ ନପାଇ ଅତ୍ମହତ୍ୟI କରିଦେଲା I ବିରୋଧୀ ଦଳ କିଛିଦିନ ରାଲି କଲେ ପୁଣି ଭୁଲିଗଲେ ,ମିଡ଼ିଆ ମାନେ ବି କିଛିଦିନ ଭଲ ଟିଆର୍ପି ପାଇଲେ କୁନ୍ଦୁଲି କୁ ନେଇକି କିନ୍ତୁ ଶେଷରେ ଜୀବନ ହାରିଦେଲା କୁନ୍ଦୁଲି I ମିଳିଲାନି ନ୍ୟାୟ I

ଏମିତି କାହିଁକି ହୁଏ ଆଇନର ହାତ ସମସ୍ତଙ୍କର ପାଇଁ ସମାନ କହୁଥିବା ବେଳେ ବଡବଡିଆ ମାନଙ୍କ ପାଇଁ ଆଇନ ହାତ ଏତେ ସଂକୁଚିତ ହେଇଯାଏ I ଏଇ ଯେମିତି ଏବେ କେନ୍ଦ୍ରାପଡା ରେ ଦେଖିବାକୁ ମିଳିଛି I କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ I ସୂଚନା ଅନୁଯାଇ ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ଲିମିଟେଡରେ2017 ରେ କ୍ଲରିକାଲ ପୋଷ୍ଟରେ ନିଯୁକ୍ତି ପାଇଥିଲେ । ତେବେ କିଛିଦିନ ପରେ ଯୁବତୀ ଙ୍କ ଉପରେ ପାପ ଆଖି ପକାଇଥିଲେ ବାପା ବୟସର 60ବର୍ଷର ସଭାପତି ପ୍ରମୋଦ I

ଯୁବତୀ ଙ୍କ ସହିତ ବିଭିର୍ଣ୍ଣ ଖରାପ ତଥା ସମ୍ବେଦନ ଶିଳ ଅଙ୍ଗ କୁ ଛୁଇଁବାକୁ ଚେଷ୍ଟା କରୁଥିଲେ I ଯୁବତୀ ଜଣଙ୍କ ଏହାକୁ ବିରୋଧ କରିଥିଲେ ହେଁ ତାଙ୍କୁ ମୋବାଇଲ ଶିଖାଇଦେବାକୁ କହି ଡାକୁଥିଲେ ,ଯୁବତୀ ଏବଂ ପ୍ରମୋଦ ଙ୍କ ଅଡିଓ ମଧ୍ୟ ଗଣମାଧ୍ୟମ ରେ ଭାଇରଲ ହେଇସାରିଲାଣି I ରାତିରେ କଣ କରୁଛ ,ଖାଇ ସାରିବା ପରେ ଘଣ୍ଟାଏ କଣ କର ,ମୁଁ ତମକୁ ସ୍କୁଟି ଦେବୀ ,ତମର ଉର୍ନ୍ନତି ହେବ ,ତୁମର ବାହାଘର ହେଇଗଲେ ମୋ ମନ ଦୁଃଖ ହେବ ,ଏସବୁ ର ଅଡିଓ ପ୍ରମାଣ ତ ଆପଣ ପୂର୍ବରୁ ଶୁଣିସାରିଥିବେ I

ଯେଉଁଥିପାଇଁ ମାନସିକ ତଥା ଯୌନ ନିର୍ଯାତନା ସହିନପାରି ଯୁବତୀ ଜଣଙ୍କ ଚାକିରୀ ରୁ ଇସ୍ତଫା ଦେବା ସହିତ ଥାନାରେ ଏତଲା ଦେଇଥିଲେ ,କିନ୍ତୁ ଏଯାଏଁ ପ୍ରମୋଦ ଙ୍କୁ ପୋଲିସ ଛୁଇଁ ପାରିନି ! କଥା ଉଠୁଛି ପ୍ରମୋଦ ଜଣେ ବିଜେଡି ର ଆଗ ଧାଡ଼ିର ନେତା ହେଇଥିବାରୁ ପୋଲିସ ତାଙ୍କୁ ଛୁଇଁବାରେ ଭୟ କରୁଛି କି ? କେବଳ ତଦନ୍ତ ତଦନ୍ତ ରେ ଆଉ ଘଟଣାର ଶେଷ ହେଇଜିବନି ତ ? 5T ର ସଚିବ ଯୁବତୀ ଙ୍କୁ ନ୍ୟାୟ ଦେବେ ତ ? ଏସବୁ ପ୍ରଶ୍ନ କେବଳ ଉତ୍ତର ପାଇଁ ଅପେକ୍ଷାରତ ଦେଖାଯାଉ କେବେ ଉତ୍ତର ମିଳୁଛି I 60ବର୍ଷୀୟ ବୟସରେ ଯୁବତୀ ଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଉଥିବା ଅଭିଯୋଗ ଆସିଥିବା ପ୍ରମୋଦ ଙ୍କୁ ପୋଲିସ ଗିରଫ କରୁଛି Iତେବେ ପ୍ରମୋଦ ଊଂଚପଦଵୀ ରେ ଥିବାରୁ ଘଟଣାକୁ ଦବାଇ ଦେବାକୁ ଉଦ୍ୟମ କରୁଥିବା ଚର୍ଚା ହେଉଛି ଏପରିକି ସମ୍ବାଦ ଲୋକଲୋଚନ କୁ ଆଣିବାକୁ ଚେଷ୍ଟା କରୁଥିବା ଜଣେ ସାମ୍ବାଦିକ ଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକ ଜଣଙ୍କ I

ଏସବୁ ଭିତରେ କିଭଳି ନ୍ୟାୟ ମିଳିବ ଅଭିଯୋଗକାରିଣୀ ଙ୍କୁ ,ଅନ୍ୟପଟେ ଅଭିଯୋଗ କାରିଣୀ କହିଛନ୍ତି କି ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି I

Leave a Reply

Your email address will not be published. Required fields are marked *