ମା କୁ ସମ୍ମାନ କଥା ଉଠିଲେ ସାଂସଦ ଚୁପ କାହିଁକି ? କୁଆଡେ ଗଲା ଅନୁଭବ ଙ୍କ ସ୍ୱାଭିମାନ

ରାଜ୍ୟରେ ହଇଚଇ ସୃଷ୍ଟି କରିଛି କେନ୍ଦ୍ରାପଡା ଘଟଣା I ଅଭିଯୋଗ ର 6ମାସ ପରେ ମଧ୍ୟ ନ୍ୟାୟ ମିଳୁନି I ଅଭିଯୋଗ ଆସିଥିବା ବ୍ୟକ୍ତି ଜଣଙ୍କ ବିଜେଡି ର ରାଜ୍ୟସ୍ତରୀୟ ଜଣେ ବଡ ନେତା ତଥା
କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ I ତାଙ୍କ ବିରୁଧରେ ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି ,ଯିଏକି କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ଲିମିଟେଡରେ କାର୍ଯ୍ୟକରୁଥିଲେ I

60ବର୍ଷ ବୟସରେ ଯୁବତୀ ଙ୍କ ଉପରେ ଯେଉଁଭଳି ଭାବରେ ସଭାପତି ପ୍ରମୋଦ ଖରାପ ନଜର ପକାଇଥିଲେ ,ତାହାର ଅଡିଓ ପ୍ରମାଣ ମଧ୍ୟ ଗଣମାଧ୍ୟମ ରେ ଚହଳ ସୃଷ୍ଟି କରିଛି I ଯୁବତୀ ଙ୍କୁ ଯୌନ ନିର୍ଯାତନା ଏତେ ବଢିଗଲା ଯେ ଯୁବତୀ ଜଣଙ୍କ ବାଧ୍ୟ ହେଇ ଚାକିରୀ କୁ ଇସ୍ତଫା ଦେଲେ ,ତେବେ ଏହାପରେ ମଧ୍ୟ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି I ଏପରିକି ଜଣେ ସାମ୍ବାଦିକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି କି ଖବର ପ୍ରସାରଣ କରିବାରୁ ତାଙ୍କୁ ଧମକ ଦିଆଯାଉଛି ଜୀବନରୁ ମାରିଦେବାକୁ I

ଏତେସବୁ ଘଟଣା ନେଇକି ସାରା କେନ୍ଦ୍ରାପଡା ରାଜ୍ୟ ରାଜନୀତି ରେ ଚର୍ଚାର ବିଷୟ ପାଲଟିଥିବା ବେଳେ ସ୍ୱାଭିମାନୀ ନାରା ଦେଇ ବିଜୟୀ ହେଇଥିବା ସାଂସଦ ଅନୁଭବ ଙ୍କର ଏ ଯୁବତୀ ଙ୍କ ପାଇଁ ତିଳେମାତ୍ର ଦରଦ ନଥିବା ଜଳଜଳ ଦେଖାଯାଉଛି ,ନଚେତ ନିହାତି ଭାବରେ ସେ ଅଭିଯୁକ୍ତ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅତି କମରେ ଟ୍ୱିଟର ରେ ଟ୍ୱିଟ କରିସାରନ୍ତେଣି ,ଅବଶ୍ୟ ଟ୍ୱିଟ ମାମଲାରେ ସାଂସଦ ପୁରା ମାହିର I

ତେବେ ଶୁଣାଯାଉଛି କି ଅଭିଯୋଗ ଜଣେ ବିଜେଡି ନେତା ଙ୍କ ବିରୁଦ୍ଧରେ ଆସିଥିବାରୁ କୁଆଡେ ସାଂସଦ ଙ୍କ ହାତ ବାନ୍ଧି ହେଇଯାଇଛି I ଚାହିଁଲେ ବି ଟ୍ୱିଟ କରିପାରୁନାହାନ୍ତି ଅନୁଭବ ,ଅବଶ୍ୟ ଏକଥା ଆମେ କହୁନୁ ନୋକେ କହୁଛନ୍ତି !

Leave a Reply

Your email address will not be published. Required fields are marked *