ଆଶିଷ ଙ୍କ ନିର୍ଦ୍ଧେଶ ରେ ସଭାପତି ପ୍ରମୋଦ ଙ୍କୁ ରାତି ଅଧରେ ଉଠାଇ ନେଲା ପୋଲିସ

ଶେଷରେ ବହୁ ଚର୍ଚିତ କେନ୍ଦ୍ରାପଡା ଘଟଣାରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ I ଗତକାଲି ବିଳମ୍ବିତ ରାତ୍ରିରେ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍ ର ସଭାପତି ଶ୍ରୀ ପ୍ରମୋଦ ସାହୁ ଙ୍କୁ ଘରୁ ଉଠାଇ ନେଇଛି ପୋଲିସ I ଶ୍ରୀ ସାହୁ ତାଙ୍କ ବଣିଆମାଳସ୍ଥିତ ବାସଭବନ ରେ ଥିବାବେଳେ ପୋଲିସ ତାଙ୍କୁ ଉଠାଇନେଇଛି I ସୂଚନା ଥାଉ କି ଶ୍ରୀ ସାହୁ ଜଣେ ବିଜେଡି ର ରାଜ୍ୟ ସ୍ତରୀୟ ନେତା ହେଇଥିବା ବେଳେ ତାଙ୍କ ବିରୁଦ୍ଧରେ କ୍ରେଡିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ର ଜଣେ କ୍ଲର୍କ ଯୁବତୀ ସଂଗୀନ ଅଭିଯୋଗ ଆଣିଥିଲେ

I ଶ୍ରୀ ସାହୁ ତାଙ୍କୁ ଯୌନ ନିର୍ଯାତନା ଦେଉଥିବାର ଅଡିଓ ମଧ୍ୟ ଗଣାମଧ୍ୟମ ରେ ପ୍ରକାଶିତ ହେଇଥିଲା ଯୁବତୀ ଜଣଙ୍କ ବାଧ୍ୟ ହେଇ ଇସ୍ତଫା ଦେଇଥିଲେ ଚାକିରୀ ରୁ ,ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଆସୁଥିଲା I ଏହାପରେ ମଧ୍ୟ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା I ଏହାକୁ ନେଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେବାସହିତ ବିରୋଧୀ ମଧ୍ୟ ଜୋରଦାର ଆକ୍ରମଣ କରିଥିଲେ ସାଶକ ଦଳ ଉପରେ

I ଏହାପରେ ଘଟଣାର ଲୋକାଲ ‌କମ୍ପ୍ଲେଣ୍ଟ କମିଟି(ଏଲ୍‌ସିସି ) ତଦନ୍ତ କରିଥିଲା ଏବଂ ପୀଡିତା ତାଙ୍କ ପକ୍ଷ ରଖିଥିଲେ I ଶ୍ରୀ ସାହୁ ଙ୍କୁ ଆଗାମୀ 6ତାରିଖରେ ହଜାର ହେଇ ନିଜର ପକ୍ଷ ରଖିବାକୁ ନୋଟିସ କରାଯାଇଥିଲେ ମଧ୍ୟ ଘଟଣାକୁ ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ବିରକ୍ତି ହେଇଥିଲେ ,ତୁରନ୍ତ ତାଙ୍କୁ ଗିରଫ କର ବୋଲି ଥାନାକୁ ନିର୍ଦେଶ ଦେବାପରେ ଗତକାଲି ବିଳମ୍ବିତ ରାତ୍ରିରେ ପୋଲିସ ଶ୍ରୀ ସାହୁ ଙ୍କୁ ଉଠାଇନେଇଛି I

Leave a Reply

Your email address will not be published. Required fields are marked *