ବାର୍ଷିକ ଶିଳ୍ପ ମେଳା ରେ ଅଂଶ ଗ୍ରହଣ ପାଇଁ ପାକିସ୍ତାନ କୁ ଏ ବର୍ଷ ନିମନ୍ତ୍ରଣ କଲା ନାହିଁ ଆଗ୍ରା

ପ୍ରତିବର୍ଷ ପରି ଏହି ବର୍ଷ ନଭେମ୍ବର ୮ ତାରିଖ ଦିନ ଆଗ୍ରା ରେ ଶିଳ୍ପ ମେଳା ର ଆୟୋଜନ କରାଯାଉଛି। ୩ ଦିନ ଧରି ଚାଲୁ ରହୁଥିବା ଏହି ମେଳା ରେ ଚମଡା ର ବିଭିନ୍ନ ଜୋତା ଓ ପୋଷାକ ତିଆରି କରୁଥିବା ୧୫୦ ଭିନ୍ନ ଭିନ୍ନ ବ୍ୟବସାୟୀ ଙ୍କୁ ଆମନ୍ତ୍ରଣ କରାଯାଇଛି। କିନ୍ତୁ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ମେଳା ରେ ଅଂଶ ଗ୍ରହଣ କରିବା ପାଇଁ ପାକିସ୍ଥାନ କୁ ଆମନ୍ତ୍ରଣ କରାଯାଇ ନାହିଁ।

ଏହିଭଳି ଭାବରେ ପାକିସ୍ଥାନ କୁ କଡ ଜବାବ ଦିଆଯାଇଥିଲେ ମଧ୍ୟ ଆଗ୍ରା ରେ ଥିବା ଅନ୍ୟ ଚମଡା କାରଖାନା ଗୁଡ଼ିକ ଏହି ନିଷ୍ପତ୍ତି କୁ ବିରୋଧ କରିଛନ୍ତି କାରଣ ଶିଳ୍ପ ମେଳା କୁ ରାଜନୀତିକରଣ କରିବା ଠିକ୍ ନୁହେଁ ବୋଲି ସେମାନେ ଦାବି କରିଛନ୍ତି।

କିନ୍ତୁ ଜମ୍ମୁ କାଶ୍ମୀର ରୁ ୩୭୦ ଧର ହଟିବା ପରେ ଭାରତ ଓ ପାକିସ୍ଥାନ ର ସମ୍ପର୍କ ଆହୁରି ତିକ୍ତ ହୋଇଥିଲା। ଏହା ପରେ ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରିଛି ପାକିସ୍ଥାନ । ତେବେ ଏହି କାରଣ ଯୋଗୁ ଆଗ୍ରା ରେ ଚମଡା ଶିଳ୍ପ ଏହିଭଳି ନିଷ୍ପତ୍ତି ନେଇଥିବା ର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *