ରାନୁ ଙ୍କୁ ଦେଖି ସେଲ୍ଫି ଉଠାଇବାକୁ ପାଖକୁ ଯିବାରୁ ଗାଳିଦେଇ କହିଲେ ମତେ ଛୁଅଁନି ମୁଁ ସେଲିବ୍ରିଟି

ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଥିବା ରାନୁ ଙ୍କ ବିଷୟରେ ଏବେ ଏକ ଏମିତି ଭିଡିଓ ଭାଇରଲ ହେବାରେ ଲାଗିଛି ଯାହାକି ଦେଖିଲା ପରେ ତାଙ୍କ ପ୍ରସଂଶକ ଙ୍କ ମଧ୍ୟରେ ଜୋରଦାର ଚର୍ଚା ଚାଲିଛି I ଷ୍ଟେସନ ପ୍ଲାଟଫର୍ମ ରେ ଗୀତ ଗାଉଥିବା ରାନୁ ଙ୍କର ଅଚାନକ ଭାଗ୍ୟ ଖୋଲିଦେଇଥିଲା ସୋସିଆଲ ମିଡ଼ିଆ I ଲତା ଙ୍କ ଏକ ଗୀତ କୁ ରାନୁ ଗାଉଥିବା ସମୟରେ ଜଣେ ଇଞ୍ଜିନିଅର ଏହାକୁ ରେକର୍ଡ କରି ସୋସିଆଲ ମିଡିଆରେ ଛାଡିଦେଇଥିଲେ , ଏହାପରେ ରାନୁ ଭାଇରଲ ହେଇଯାଇଥିଲେ I ହିମେଶ ଙ୍କ ସହିତ ଗୀତ ଗାଇଥିଲେ ରାନୁ I ଏବେ ରାନୁ ଙ୍କୁ ନେଇ ଏକ ଫିଲ୍ମ ମଧ୍ୟ ତିଆରି ହେବାକୁ ଯାଉଛି I

ତେବେ ରାନୁ ଏକ ଶପିଂ ମଲ ରେ ଜିନିଷ କିଣୁଥିବା ବେଳେ ତାଙ୍କର ଜଣେ ପ୍ରସଂଶକ ରାନୁ ଙ୍କୁ ଦେଖି ଦୌଡ଼ି ଯାଇଥିଲେ ଗୋଟେ ସେଲ୍ଫି ନେବାକୁ ,ରାନୁ ଙ୍କ ସହିତ ସେଲ୍ଫି ଉଠାଇବାକୁ ନେଇ ରାଗିଯାଇଥିଲେ ରାନୁ ,

ଏବଂ ପ୍ରସଂଶକ ଜଣଙ୍କୁ ଗାଳି କରିଥିଲେ ,ବିଚାରି ପ୍ରସଂଶକ ମନ ଦୁଃଖରେ ଫେରିଥିଲେ କିନ୍ତୁ କେହି ଜଣେ ଏହାକୁ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି I

Leave a Reply

Your email address will not be published. Required fields are marked *