ଲାଞ୍ଚ ନେବେନି ବୋଲି ଶପଥ ନେଇଥିଲେ 10 ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସେସୁ କ୍ଲର୍କ ସୁରେନ୍ଦ୍ର

ରାଜ୍ୟରେ ଚାଲିଛି 5T ଯୋଜନା ଏବଂ ମୋ ସରକାର ,କିଛିଦିନ ତଳେ କେହି ଲାଞ୍ଚ ନେବେନି ବୋଲି ସରକାରୀ ବାବୁ ମାନେ ଶପଥ ନେଇଥିଲେ I ଏପରିକି ସରକାରୀ ସ୍ତରରେ ଦୁର୍ନୀତି ନିବାରଣ ସଚେତନ ସପ୍ତାହ ସଦ୍ୟ ସମାପ୍ତ ହେଇଥିବା ବେଳେ ଲାଞ୍ଚ ନନେଇ ରହିପାରିଲେ ନାହିଁ ସରକାରୀ ବାବୁ I ବିଦ୍ୟୁତ ବିଭାଗ ପକ୍ଷରୁ କେହି ଲାଞ୍ଚ ନେବେନି ବୋଲି ସଚେତନ କରାଯାଇଥିଲା ଅକ୍ଟୋବର 28 ରୁ ,ତେବେ ଆଜି ପୁରୀ ସେସୁ କଣାସ ର କ୍ଲର୍କ ସୁରେନ୍ଦ୍ର ନାୟକ 10ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହେଇଛନ୍ତି I

ସୂଚନା ଅନୁଯାଇ ଓଡିଶା Exclusive କୁ ଭିଜିଲାନ୍ସ ଡିଏସ୍ପି ହରନାରାୟଣ ପତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗଡ଼ିଶାଗଦା ଗ୍ରାମରେ ଲୋ ବିଦ୍ୟୁତ ସମସ୍ୟା ଲାଗିରହିଥିଲା ଏନେଇ ଗ୍ରାମବାସୀ କଣାସ ସେସୁ କନିଷ୍ଠ ଜେଇ ଙ୍କୁ ସାକ୍ଷାତ କରିଥିଲେ ତେବେ ଜେଇ କ୍ଲର୍କ ସୁରେନ୍ଦ୍ର ଙ୍କୁ ସାକ୍ଷାତ କରିବାକୁ କହିଥିଲେ I ସୁରେନ୍ଦ୍ର ଏଥିପାଇଁ ଟ୍ରାନ୍ସଫର୍ମର ବଦଳାଇବାକୁ 10ହଜାର ଦାବି କରିଥିଲେ ,ଏନେଇ ଗ୍ରାମରୁ ସୂର୍ଯ୍ୟପ୍ରକାଶ ମିଶ୍ର ଭିଜିଲାନ୍ସ ରେ ଶନିବାର ଅଭିଯୋଗ କରିଥିଲେ I

ଅଭିଯୋଗ ଅନୁଯାଇ ଆଜି ଦିନ 11ଟା ସମୟରେ ସୁରେନ୍ଦ୍ର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଗିରଫ କରିଛି I

Leave a Reply

Your email address will not be published. Required fields are marked *