ବାପା ଏକ ହୃଦୟଛୁଆଁ କାହାଣୀ ନିହାତି ପଢିବେ ଉପସ୍ଥାପନା :ଗୋପାଳ ଚନ୍ଦ୍ର

ଆଖିକୁ ଭଲ ଭାବରେ ଦିଶୁନଥାଏ ,କାନକୁ ବି ଶୁଭୁନଥାଏ ,ପାଟିରୁ ଦାନ୍ତ ବି ପଡିସାରିଥାଏ ,ଚାଲିବାକୁ ପାଦ ରେ ବି ଶକ୍ତି ନଥାଏ ,ବୟସ 75 ଛୁଇଁଲାଣି ,ସାମାନ୍ୟ ଟିକେ ଜର ହେଇଥିଲା ଅବହେଳାରୁ ବଢିଯାଇଛି,ରକ୍ତଚାପ ଟା ବି କମିଯାଇଛି , ଖାଲି ବାଉଳି ହେଉଛନ୍ତି ,ସମସ୍ତେ କିଛି ଅଲଗା କଥା କହୁଛନ୍ତି ଶୁଣିଲା ପରେ ମନଟା ଘାଣ୍ଟି ହେଲା,ବ୍ୟସ୍ତ ଵ୍ୟବ୍ରତ ରେ ଛାଟିପିଟି ହେଲା , ତାଙ୍କ ସହିତ କରିଥିବା ଶପଥ କୁ ଭୁଲିଗଲି ,ଯେତେ ଯାହାହେଲେ ବି ରକ୍ତର ସମ୍ପର୍କ ନା ,ଏ ସମ୍ପର୍କ ଟା ବି ସବୁଠୁ ଟିକେ ନିଆରା ,ଏଇ ସମ୍ପର୍କ ରେ ଅଧିକ ଧୋକା ମିଳେ ତଥାପି ସେ ଧୋକା ରେ ବି ଖୁସି ଲାଗେ, ମତେ ବି ଜଣା ନଥିଲା କେତେବେଳେ ତାଙ୍କ ପାଖରେ ପହଞ୍ଚି ସାରିଥିଲି I ଥର ଥର କଣ୍ଠ ରେ କହୁଥିଲେ ମୋ ପୁଅ ଆସିବ ! ପାଖରେ ଥିଲେ ବି ମତେ ଚିହିଁ ପାରୁନଥିଲେ ତଥାପି କହୁଥିଲେ ମୋ ପୁଅ ଆସିବ, ମୁଁ କେବଳ ତାରି ପାଇଁ ବଞ୍ଚିଛି ,ଭାରି ରାଗ ଲାଗୁଥିଲା ସମ୍ପର୍କ ର ମାନେ ବୁଝିନଥିବା ବ୍ୟକ୍ତି ଙ୍କ ପାଖରେ ଆଜି ଏତେ ଅଜାଶ୍ରୀତ ସମ୍ପର୍କ ର ମୋହ ଦେଖି ,ଜୀବନ ସାରା ତ କେବେ ସମ୍ପର୍କ କୁ ଗୁରୁତ୍ୱ ଦେଇନଥିଲ ଆଜି ଏତେ ସମ୍ପର୍କ ର ଲୋଭ କାହିଁକି !

ଯେବେ ପଡିଗଲେ ତ କେବେ ହାତ ଧରି ଉଠେଇଦେଇନ , ସ୍ନେହ ପାଇଁ ଡହଳ ବିକଳ ହେଉଥିବା ବେଳେ ବାପା ର ସ୍ନେହ ରୁ ସବୁବେଳେ ବଞ୍ଚିତ କରିଛ ,ସମାଜ ରେ ନୂଆକରି ବାଟ ଚାଲିବା ପୂର୍ବରୁ ହାତ ଛାଡି ଦେଇଛ ,ଆଜି କଣ ପାଇଁ ଏ ପୁତ୍ରମୋହ ! ତଥାପି କେଜାଣି କେତେବେଳେ ଅଭିମାନ ରେ ସାଇତା ହେଇ ରହିଥିବା ହୃଦୟର ରାଗ ଆଉ ବେଦନା ସବୁ ଦୁଇଧାର ଅଶ୍ରୁ ହେଇ ଚିବୁକ ଛୁଇଁସାରିଲେଣି ମତେ ବି ଜଣାନଥିଲା Iଅଭିମାନ ରେ ଉଠିଯାଉଥିଲି ,ମୁଁ ତାଙ୍କର କିଏ କି ? ପଛପଟରୁ ତାଙ୍କ ଥରିଲା ହାତର ସ୍ପର୍ଶ ରେ ମୁହୁର୍ତେ ଅଟକିବାକୁ ବାଧ୍ୟ ହେଲି ,ଫେରି ଚାହେଁ ତ ମୋ ହାତକୁ ଧରିଥିଲେ ,ଥର ଥର କଣ୍ଠ ରେ କହୁଥିଲେ ମୋର ବହୁତ ବଡ଼ ଭୁଲ ହେଇଯାଇଛି, ତୁ ଏମିତି ଅଭିମାନ କରି ମତେ ଛାଡି ଯାଆନା, ତତେ ହରେଇବାର ଯନ୍ତ୍ରଣା ରେ ମୁଁ ଛାଟିପିଟି ହେଉଛି ,ମୁଁ ଜାଣିଥିଲି ତୁ ଆସିବୁ ଆଉ ମତେ ଅଲଗା କରି ଯାଆନା ! ପ୍ରଥମଥର ପାଇଁ ମୋ ପ୍ରତି ଥିବା ତାଙ୍କ ଭଲପାଇବା କୁ ମୁଁ ଅନୁଭବ କରୁଥିଲି ତାଙ୍କ ଥରିଲା ହାତର ସ୍ପର୍ଶ ରେI ତାଙ୍କ ଆଖିର ସେ ଜକେଇ ଥିବା ଲୁହ ଦୀର୍ଘଦିନ ଧରି ମନରେ ଜମାଟ ବାନ୍ଧିଥିବା ସବୁ ରାଗ ଅଭିମାନ ନିମିଷକ ମଧରେ ମନରୁ ଦୁରେଇଗଲା ,ଚେଷ୍ଟା କରି ମଧ୍ୟ ନିଜକୁ ଅଟକେଇ ପାରିଲିନି ,ଭୋ ଭୋ ହେଇ ବାହୁନି ଉଠିଲା ମନର କୋହ ଟା ,ଲାଗୁଥିଲା ସତେ ଯେଭଳି ବୋଧହୁଏ ମୋର ବି ଭୁଲ ହେଇଗଲା ବାପାଙ୍କୁ ଚିହିଁବାରେ I

Leave a Reply

Your email address will not be published. Required fields are marked *