ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଜୀବନ୍ତ ଅବସ୍ଥାରେ ହୃଦୟ ଦାନ କରିଦେଲେ ଓଡ଼ିଆ ପୁଅ

କଥାରେ ଅଛି ,ତମ ହୃଦୟ ଦେବ କି ? ପ୍ରେମରେ ପଡିଲେ କୁହାଯାଏ ପ୍ରେମିକ ପ୍ରେମିକା ହୃଦୟ ଦେଇଦିଅନ୍ତି କିନ୍ତୁ ହୃଦୟ ବିନା ମଣିଷ ବଞ୍ଚିବା ସହଜ ନୁହେଁ I କିନ୍ତୁ ଜଣେ ଓଡ଼ିଆ ପୁଅ ନିଜ ହୃଦୟ ଦାନ କରିଦେଇଛନ୍ତି ତାହା ପୁଣି ଜୀବନ୍ତ ଅବସ୍ଥାରେ I ସୂଚନା ଅନୁଯାଇ ଘଟଣାଟି ଗଂଜାମ ଜିଲ୍ଲାର I ଏହି ଜିଲ୍ଲାର ସୁରତ ବେହେରା ,ସୁରଟ ରେ ଏକ କପଡା କାରଖାନା ରେ କାମ କରୁଥିଲେ Iଛୋଟବେଳୁ ସେ ପରୋପକାରୀ ଥିଲେ I ତେବେ ଗତ ଅକ୍ଟୋବର ୨୯ରେ ସେ କାରଖାନା ରୁ ଘରକୁ ଫେରୁଥିବା ସମୟରେ ତାଙ୍କ ର ଏକ ଦୁର୍ଘଟଣା ହେଇଥିଲା I

ଦୁର୍ଘଟଣା ରେ ଗୁରୁତର ହେବା ସହିତ ଆଉ ବଞ୍ଚିବାର ସମ୍ଭାବନା ନଥିଲା ଏପରିକି ତାଙ୍କ ବ୍ରେନଡେଡ୍ ହେଇଯାଇଥିଲା I ମୃତ୍ୟୁ ଅପେକ୍ଷା କରିଥିଲା ଆଉ ମାତ୍ର କିଛି ମୁହୂର୍ତକୁ I ତେବେ ମୃତ୍ୟୁ ପୂର୍ବରୁ ସୁରତ ଏମିତି କିଛି କାମ କରିଥିଲେ ,ଯାହାଫଳରେ ସେ ମରିବି ଅମର ହେଇଗଲେ I ସୁରତ ଙ୍କ ଶେଷ ଇଛା ପୂର୍ଣ୍ଣ କରାଯାଇଥିଲା ,ତାଙ୍କ ହୃଦୟ କୁ ଅସ୍ତ୍ରପଚାର କରାଯାଇ ଜୀବିତ ଅବସ୍ଥାରେ ବାହାର କରାଯାଇଥିଲା ଏବଂ ସୁରଟ ରୁ ମୁମ୍ବାଇ ଯାତ୍ରା କରିଥିଲା ସୁରତ ଙ୍କ ହୃଦୟ Iମୁମ୍ବାଇରେ ଗୁରୁତର ଥିବା ଜଣେ ମହିଳାଙ୍କ ଶରୀରରେ ସୁରତ ଙ୍କ ହୃଦୟ ଲାଗିଥିଲା I ମହିଳା ଜଣଙ୍କ ଏକ ନୂଆ ଜୀବନ ପାଇଥିଲେ ,ସେହିପରି ସୁରତ ଙ୍କ ଆଖି ,କିଡ଼ନୀ ମଧ୍ୟ ଦାନ କରିଦିଆଯାଇଥିଲା ହସ୍ପିଟାଲ କୁI ଏହି ଘଟଣାଟି ଏବେ ସବୁଆଡେ ଚର୍ଚା ହେଉଛି I ମୃତ୍ୟୁ ପରେ ମଧ୍ୟ ସୁରତ ବଂଚିଯାଇଛନ୍ତି ଅନ୍ୟ ହୃଦୟରେ I

Leave a Reply

Your email address will not be published. Required fields are marked *