ସମସ୍ତଙ୍କ ସାମ୍ନା ରେ ଓଟିଭି ସାମ୍ବାଦିକଙ୍କୁ ଭିଡ଼ି ନେଇ ଦୁର୍ବ୍ୟବହାର କଲେ ଅନୁଭବ

ପୁଣି ଚର୍ଚ୍ଚା ରେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି I ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କୁ ସମସ୍ତଙ୍କ ସାମ୍ନାରେ ଆଗକୁ ଭିଡ଼ିନେଇ ଅପମାନିତ କରିଛନ୍ତି I ସୂଚନା ଅନୁଯାଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସମସ୍ତଙ୍କ ସାମ୍ନାରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଆଗକୁ ଭିଡ଼ି ନେଇଥିବା ଅଭିଯୋଗ ଆସିଛି ,ଏ

ପରିକି ମନୋଜ ଙ୍କୁ ଦୁର୍ବ୍ୟବହାର କରି ଅପମାନିତ କରି ଲଜ୍ଜିତ କରାଇଥିଲେ ସମସ୍ତଙ୍କ ସାମ୍ନା ରେ I ଯାହାକି ଏବେ ଚର୍ଚ୍ଚା ହେବା ସହିତ ସାଂସଦ ଙ୍କ ଏତାଦୃଶ କାର୍ଯ୍ୟ କଳIପ କୁ ସମାଲୋଚନା କରାଯାଇଛି I ବରିଷ୍ଠ ସାମ୍ବାଦିକ ତଥା ଓୟୂଜେ ର ସଭାପତି ଏହାକୁ ନିନ୍ଦା କରିଛନ୍ତି

I ଚର୍ଚ୍ଚା ହେଉଛି କି ବୈଜୟନ୍ତ ଙ୍କ ପ୍ରତି ଥିବା ରାଗ କୁ ଅନୁଭବ ସାମ୍ବାଦିକ ଙ୍କ ଉପରେ ସୁଝାଉଛନ୍ତି ,ଯଦି ଏପରି ହେଇଥାଏ ଗଣତନ୍ତ୍ର ପ୍ରତି ଏହା ଅଶୁଭ ଅଟେ I ସୂଚନା ଥାଉ କି ଏବେ ଲଗାତାର ବିବାଦ ରେ ରହିଛନ୍ତି ଅନୁଭବ ,କିଛିଦିନ ତଳେ ନିଜ ପଡୋଶୀ ସହିତ ମତାନ୍ତର ହେବାରୁ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଓଲଟା ଥାନା ବାବୁ ତାଙ୍କୁ ଗାଳି କରିଥିଲେ ବୋଲି ଅନୁଭବ twit କରିଥିଲେ I

ସଂପୃକ୍ତ ଘଟଣାରେ ଛାତ୍ର ନେତା ମଞ୍ଜିତ୍ ଅନୁଭବ ଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଅନୁଭବ ଙ୍କୁ ରାଜନୀତି ଜଣାନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ , କେବଳ ମାଞ୍ଜିତ୍ ନୁହନ୍ତି ଜଣେ ମହିଳା ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ମଧ୍ୟ ସେ ବିବାଦୀୟ ହୋଇପଡ଼ିଥିଲେ I

Leave a Reply

Your email address will not be published. Required fields are marked *