ଅନୁଭବଙ୍କୁ ପାନେ ଦେବାକୁ ପ୍ରଥମଥର ପାଇଁ ଏକାଠି ହେଲେ ସବୁ ସାମ୍ବାଦିକ

ଓଟିଭି ସାମ୍ବାଦିକ ମନୋଜ ଙ୍କୁ ଦୁର୍ବ୍ୟବହାର କରିବା ଘଟଣା ରେ ଆସିଛି ନୂଆ ମୋଡ ,ପ୍ରଥମଥର ପାଇଁ ସାମ୍ବାଦିକ ମାନେ ଏକାଠି ହେଇଛନ୍ତି ଏବଂ ଆନ୍ଦୋଳନ କରିବା ସହିତ ଅନୁଭବ ଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି I ଆଜି ଏହି ଘଟଣାରେ ଜୟଦେବ ଭବନ ଆଗରେ ସାମ୍ବାଦିକ ମାନେ ଅନୁଭବ ଙ୍କ ବିରୁଧରେ ସ୍ଲୋଗାନ ଦେବା ସହିତ କୁଶପୁତ୍ତଳିକା ଦାହ କରିଥିଲେ I ୨୪ ଘଣ୍ଟା ମଧ୍ୟରେ ସାଂସଦ ନିସର୍ତ୍ତ କ୍ଷମା ମାଗନ୍ତୁ ନଚେତ ଆନ୍ଦୋଳନ କୁ ଓଲ୍ହାଇବେ ସାମ୍ବାଦିକ ମାନେ ,ଏଭଳି ଦାବି ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି I

ଏପରିକି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନନେଲେ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଓ କରାଯିବାକୁ କୁହାଯାଇଛି I ସୂଚନା ଥାଉ କି କେନ୍ଦ୍ରାପଡା ରେ ଏକ ସାମ୍ବାଦିକ ବୈଠକ ରେ ଅନୁଭବ ଜଣେ ଓଟିଭି ରିପୋର୍ଟର ଙ୍କୁ ଭିଡି ଆଣି ଦୁର୍ବ୍ୟବହାର କରିଥିଲେ ,ଯାହାକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଥିଲା I

Leave a Reply

Your email address will not be published. Required fields are marked *