ନବମ ଶ୍ରେଣୀ ଛାତ୍ର ଙ୍କୁ ଆସିଲା NASA ରୁ ନିମନ୍ତ୍ରଣ।ବନାଇଛନ୍ତି ବିରଳ ଡ୍ରୋନ

ଦୃଢ଼ ଇଚ୍ଛାଶକ୍ତି ବଦଳରେ ହାର ମାନିଛି ସବୁ ଘାତ ପ୍ରତିଘାତ।ପରିସ୍ଥିତି ଯାହା ହେଉ ନା କାହିଁ ମିଳିଥାଏ ସଫଳତା।ଏଭଳି କରି ଦେଖାଇଛନ୍ତି ଅନୁଗୁଳର କୁନି ଇଂଜିନିୟର ଶୁଭ୍ରାଂଶୁ ନାୟକ।ନବମ ଶ୍ରେଣୀରେ ପଢନ୍ତି ସେ କିନ୍ତୁ କୌଣସି ଇଂଜିନିୟର ଠାରୁ କମ୍ ନୁହନ୍ତି।ଶୁଭ୍ରାଂଶୁ ଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଶ୍ଵର ସବୁଠୁ ବଡ଼ ସ୍ପେସ ଏଜେନ୍ସି ନାସା ତାଙ୍କୁ ନିମନ୍ତ୍ରଣ କରିଛି।

ନାସା ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ତାଙ୍କୁ ଭାଗ ନେବାର ସୁଯୋଗ ମିଳିଛି ଏବଂ ପୁରା ଭାରତରୁ ଦୁଇ ଜଣ ଏଥିରେ ଅଂଶଗ୍ରହଣ କରିବେ ଏବଂ ସେଥିରେ ରହିଛନ୍ତି ଶୁଭ୍ରାଂଶୁ।ମାତ୍ର ୧୪ ବର୍ଷ ବୟସରେ ସେ ନିର୍ମାଣ କରିଛନ୍ତି ମଡର୍ଣ ଡ୍ରୋନ ମାଭିକ୍।

ଅନ୍ୟ ଡ୍ରୋନ ଠାରୁ ଟିକେ ଅଲଗା ଦୁର୍ଗମ ଅଞ୍ଚଳରେ ଯେଉଁଠି ଡାକ୍ତର ପହଞ୍ଚିବା ଅସମ୍ଭବ ସେଠି ମାଭିକ ପହଞ୍ଚିବ। ଅାପ୍ ରେ ସେଟ୍ଟିଂ କରିବା ପରେ ଠିକଣା ଜାଗାକୁ ଯିବା ମାଭିକ୍।ଦୁର୍ଘଟଣା କିମ୍ବା କ୍ଷତି ନ ପହଞ୍ଚିବ ସେଥିପାଇଁ ମାଭିକ୍ ରେ ରହିଛି ଅଲ ଟ୍ରା ସେନ୍ସର୍ ଏବଂ କ୍ୟାମେରା।୩ କିମି ଯାଏ ସେଠାରେ ୧୫ କିମି ଓଜନ ବୋହିବାର କ୍ଷମତା ରହିଛି।ଯାହାଦ୍ଵାରା କୌଣସି ବି ଅପହଞ୍ଚ ଅଞ୍ଚଳରେ ସହାୟତା ପଠାଯାଇପାରିବ।

ଶୁଭ୍ରାଂଶୁ ଙ୍କ ବାପା ଜଣେ ବ୍ୟାଗ୍ ବ୍ୟବସାୟୀ ସେ ଜରୀ ଅଖାରୁ ବ୍ୟାଗ୍ ତିଆରି କରି ନିଜ ପରିବାର ପୋଷନ୍ତି। ଏବେ ନାସା ର ନିମନ୍ତ୍ରଣ ପରେ ନଭେମ୍ବର ୨୭ ତାରିଖରେ ସେ ଆମେରିକା ଗ୍ରସ୍ତ କରିବେ।ସେ 3 IDIOT ସିନେମା ଦେଖି ଏହି ଡ୍ରୋନ ବନେଇବା ପାଇଁ ଆଗ୍ରହୀ ହୋଇଥିବା କଥା କହିଛନ୍ତି।

Leave a Reply

Your email address will not be published. Required fields are marked *