ବାତ୍ୟା ପ୍ରଭାବ ରେ ଆକାଶ ରୁ ଝରିଲା ଅସଲି ରୁପା ବୁନ୍ଦା ,ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଆସୁଛି ବାତ୍ୟା ବୁଲବୁଲ I ବାତ୍ୟା କୁ ନେଇ ଚର୍ଚା ହେଉଥିବା ବେଳେ ଏବେ ବିହାର ରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା I ବର୍ଷା ପ୍ରଭାବ କୁ ନେଇ ସାରା ଦେଶ ଆଶଙ୍କା ରେ ରହିଥିବା ବେଳେ ବିହାର ର ସୁରଷଣ୍ଡ ଟାୱାର ଛକରୁ ବାରହୀ ଗାଁ ପର୍ଯ୍ୟନ୍ତ ରାସ୍ତାରେ ବର୍ଷାରେ ଖାଲି ରୁପI ର ଛୋଟ ଛୋଟ ଖଣ୍ଡ ପଡିଥିବା ଏବେ ସୋସିଆଲ ମିଡିଆରେ ଚର୍ଚା ହେଉଛି I ସୂଚନା ଅନୁଯାଇ ଗତକାଲି ଏହି ଅଂଚଳ ରେ ସକାଳୁ ସକାଳୁ ରାସ୍ତାରେ ରୁପା ଖଣ୍ଡ ପଡିଥିଲା I ଲୋକେ ବାସନ ଧରି ଗୋଟାଇବାରେ ଲାଗିଥିଲେ I ଯିଏ ଯେତେ ପାରିଲେ ଘରକୁ ବୋହିନେଲେ I ପୋଲିସ ମଧ୍ୟ ତାଯୁବ ହେଇଯାଇଥିଲା I ରୂପାଖଣ୍ଡ ଗୁଡିକ ପରୀକ୍ଷା ପରେ ଜଣାପଡିଥିଲା କି ଅସଲି ବୋଲି I

ତେବେ ସକାଳୁ ସାମାନ୍ୟ ବର୍ଷା ହେଇଥବାରୁ ଆକାଶ ରୁ ରୂପା ଚୁନା ଝରିଥିବା ଲୋକେ କୁହାକୁହି ହେଉଥିଲେ I ତେବେ ପୋଲିସ କହିଛି କି ହୁଏତ ରାତ୍ରି ରେ କେହି ରୂପା ଚୋରି କରି ନେଉଥିବା ବେଳେ ରୂପା ଖଣ୍ଡ ତଳେ ପଡିଯାଇଛି I ଘଟଣାର ଯାଞ୍ଚ ଚାଲିଛି I

Leave a Reply

Your email address will not be published. Required fields are marked *