ବାତ୍ୟା ବୁଲବୁଲ ପାଇଁ କାଲିଠାରୁ ୨ ଦିନ ଯାଏଁ ଏହି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ନଭେମ୍ବର ରେ ପୁଣି ଆସୁଛି ବାତ୍ୟା ବୁଲବୁଲ I ସୃଷ୍ଟି ହେଇଥିବା ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ମୁଁହା ହେଇଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ରହିବ I ତେବେ ଓଡିଶା ଠାରୁ ଏହା ମାତ୍ର ୧୧୦ କିମି ଦୂରତା ରେ ଗତି କରି ପଶ୍ଚିମବଙ୍ଗ ମୁଁହା ହେଉଥିବାରୁ ଏହାକୁ ନେଇ ଓଡିଶା ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି I ବିଶେଷ କରି ଏହାର ପ୍ରଭାବ ରେ କେନ୍ଦ୍ରାପଡ଼ା ଜଗତସିଂହପୁର ଏବଂ ପୁରୀ ରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆସନ୍ତାକାଲିଠାରୁ 2ଦିନ ଯାଏଁ ଏହି ଜିଲ୍ଲାରେ ସମସ୍ତ ସ୍କୁଲ ବିଦ୍ୟାଳୟ ଛୁଟି କରାଯାଇଛି I

ଫନି ଯିବାର ମାତ୍ର କିଛି ମାସ ବିତିଥିବା ବେଳେ ପୁଣିଥରେ ବାତ୍ୟା ଆଶଙ୍କା କୁ ନେଇ ହେଉଥିବା ଚର୍ଚା କୁ ନେଇ ପୁରୀ ବାସି ଭୟଭୀତ I ତେବେ ପ୍ରସାଶନ ତରଫରୁ ସୂଚନା ଦିଆଯାଇଛି କି ଫନି ଭଳି ସେତେ ଭୟଙ୍କର ହେବନି ମାତ୍ର ଏହା ଓଡିଶା ର ଅତି ନିକଟରେ ଯାଉଥିବାରୁ ଏହାର ପ୍ରଭାବ ରେ ଏହି ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ପବନ ବହିପାରେ I

Leave a Reply

Your email address will not be published. Required fields are marked *