5T କେବଳ ଗଣମାଧ୍ୟମ ରେ ଭେଳିକି, ବାସ୍ତବତା କିନ୍ତୁ କିଛି ଅଲଗା ,ଅଭିଯୋଗ ଶୁଣିଲେନି ସଚିବ

ଏବେ ଚାଲିଛି ମୋ ସରକାର ,ରାଜ୍ୟ ରେ ଲାଗୁ ହେଇଛି 5T I ସାଧାରଣ ଲୋକଙ୍କୁ ନ୍ୟାୟ ଦେବାକୁ 20ବର୍ଷ ପରେ ସରକାର ଆଣିଛନ୍ତି 5T ଯାହାର ସଚିବ ହେଉଛନ୍ତି ପାଣ୍ଡିଆନ I ଘନ ଘନ ବୁଲି ଅଫିସର ଙ୍କ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି 5T ସଚିବ I ଯାହାର ସିଧା ପ୍ରସାରଣ ମଧ୍ୟ କିଛି ଗଣମାଧ୍ୟମ ରେ ଦେଖିବାକୁ ମିଳୁଛି I ସକାଳୁ ସନ୍ଧ୍ୟା ଯାଏଁ ଏବେ କେବଳ 5T ଚର୍ଚା I ଯୋଜନା କୁ ଜନତା ଙ୍କ ସହିତ ଅତି ସହଜରେ ଯୋଡିବା ପାଇଁ ଏ ପ୍ରୟାସ I ତେବେ ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଲାଗୁଛି କି 5T କେବଳ ଭେଳିକି I ଗଣମାଧ୍ୟମ ରେ କେବଳ ଚର୍ଚା ହେଉଛି ବାସ୍ତବତା କିନ୍ତୁ କିଛି ଅଲଗା I

ଭାଇରଲ ଭିଡିଓ ଅନୁଯାଇ 5-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଏକ ହସ୍ପିଟାଲ ର ପରିଦର୍ଶନ ପରେ ଫେରି ଗାଡ଼ିରେ ବାସୁଥିବା ସମୟରେ ଜଣେ ଯୁବକ ତାଙ୍କ ପାଖରେ ପହଁଚି ଅଭିଯୋଗ କରିଥିଲେ I ତେବେ ଅଭିଯୋଗ କାରି ଜଣଙ୍କ ଅଭିଯୋଗ କରିଥିଲେ କି ହସ୍ପିଟାଲ ରେ ଜୋରଜବରଦସ୍ତ ଲାଞ୍ଚ ନିଆଯାଉଛି ଅପରେସନ ପାଇଁ ଏବଂ ଅଧିକାଂଶ ଟେଷ୍ଟ ସ୍ଥାନୀୟ ବଲାଙ୍ଗିର ହସ୍ପିଟାଲ୍‌ରେ ହେଇପାରୁନି ,ସମ୍ପୂର୍ଣ୍ଣ ଅଭିଯୋଗ ସରିବା ପୂର୍ବରୁ ପାଣ୍ଡିଆନ ତରବର ରେ ଗାଡ଼ିରେ ବସି କାଚ ଦେଇଦେଇଥିଲେ ଏବଂ ଠିକ ଅଛି କହି ଚାଲିଯାଇଥିଲେ I

ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚା ହେଉଛି ଏବଂ 5T ମୋ ସରକାର କେବଳ ଭେଳିକି ବୋଲି ଶୁଣାଯାଉଛି I ଅଭିଯୋଗ କରିଥିବା ଯୁବକ ଜଣଙ୍କ ନାମ I

Leave a Reply

Your email address will not be published. Required fields are marked *