ଅନୁଭବ ଙ୍କ ପାଇଁ ବଢ଼ିଲା ସମସ୍ୟା , ଚିନ୍ତାରେ ସୁପ୍ରିମ

କେନ୍ଦ୍ରାପଡା ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁ ଙ୍କୁ ବିଜେଡି ସାଂସଦ ଅନୁଭବ ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ଘଟଣାରେ ସମସ୍ତ ସାମ୍ବାଦିକ ଏକାଠି ହେଇ ଏହାର ବିରୋଧ କରିବା ସହିତ ଅନୁଭବ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ I ଅନୁଭବ କ୍ଷମା ମାଗିବା ସହିତ ତୁରନ୍ତ ତାଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି କରାଯାଇଛି I ଏପଟେ ସାମ୍ବାଦିକ ମାନେ ବିରୋଧ କରିବା ଆରମ୍ଭ କରିବା ବେଳେ କଂଗ୍ରେସ ଏବଂ କିଛି ସଚେତକ ମଞ୍ଚ ମଧ୍ୟ ସ୍ୱର ଉଠାଇଲେଣି I

ଏପରିକି କିଛି ବରିଷ୍ଠ ସାମ୍ବାଦିକ ଚେତାବନୀ ଦେଇଛନ୍ତି କି ଆଗାମୀ ଦିନରେ କୌଣସି ବି ଗଣମାଧ୍ୟମ ର ପ୍ରତିନିଧି ଅନୁଭବ ଙ୍କ ବାଇଟ ନେବାକୁ ଯାଇନପାରନ୍ତି ଯଦି ଅନୁଭବ ନିସର୍ତ୍ତ କ୍ଷମା ନ ମାଗନ୍ତି I ଏଭଳି ପରିସ୍ଥିତି ରେ ଚିନ୍ତାରେ ଦଳର ସୁପ୍ରିମ I ଅନୁଭବ ଙ୍କ ଅତ୍ୟଧିକ ଉତ୍ସାହ ଦଳ ପାଇଁ ବୁମେରାଙ୍ଗ ହେବାରେ ଲାଗିଛି I ଏପଟେ କିଛି ସାମ୍ବାଦିକ ଅନୁଭବ ଙ୍କୁ ମିଡିଆରେ ଗୁରୁତ୍ବ ଦେବାକୁ ଆହ୍ବାନ ଦେଲେନି

ସୂଚନା ଥାଉ କି କିଛିଦିନ ତଳେ ନିଜ ଦଳର ଜଣେ ଛାତ୍ର ନେତା ମଞ୍ଜିତ ଅନୁଭବ ଙ୍କ ବିରୁଧରେ ଅଭିଯୋଗ କରିଥିଲେ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ତୁରନ୍ତ ଅନୁଭବ ଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ I

Leave a Reply

Your email address will not be published. Required fields are marked *