ଓଟିଭି ସାମ୍ବାଦିକ ଙ୍କୁ କନକ ଏଡିଟର ମନୋରଞ୍ଜନଙ୍କ ସମର୍ଥନ ,ଅନୁଭବ ବହୁତ ବଡ ଭୁଲ କରିଛନ୍ତି

କେନ୍ଦ୍ରାପଡା ରେ ଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଘଟଣାରେ ଗତକାଲି ସମସ୍ତ ଗଣାମଧ୍ୟମ ର ପ୍ରତିନିଧି ମିଳିତ ଭାବେ ବିରୋଧ କରିଥିବା ବେଳେ ନିଉଜ 7 ଏଡିଟର ଅର୍ଧେନ୍ଦୁ ଦାସ ମଧ୍ୟ ଅନୁଭବ ଙ୍କୁ ଅହଙ୍କାରୀ କରି କଟାକ୍ଷ କରିଥିଲେ ଏହାପରେ କନକ ଏଡିଟର ମନୋରଂକନ ମିଶ୍ର ମଧ୍ୟ ଗତକାଲି ଫେସବୁକ ରେ ନିଜର ବ୍ୟକ୍ତିଗତ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅନୁଭବ ବହୁତ ବଡ ଭୁଲ କରିଛନ୍ତି I

ହୁଏତ ଅନୁଭବ ଙ୍କ ସହିତ ବୈଜୟନ୍ତ ଙ୍କର ବ୍ୟକ୍ତିଗତ ଲଢେଇ ଥାଇପାରେ ,ସାମ୍ବାଦିକ ଏବଂ ନେତାଙ୍କ ମଧ୍ୟରେ କଥା କଟାକଟି ହେଇପାରେ କିନ୍ତୁ ଦାୟିତ୍ୱ ରେ ଥିବା ଜଣେ ସାମ୍ବାଦିକ ଙ୍କୁ ତାଙ୍କ ବିନା ସମ୍ମତିରେ କ୍ୟାମେରା ସାମ୍ନାକୁ ଟାଣି ଆଣିବାକୁ ଅନୁଭବ କିଏ ?

ତାଙ୍କୁ କିଏ ଦେଲା ଏ ଅଧିକାର ! ଏହା ଆଇନତଃ ଅପରାଧ ।ଜଣଙ୍କ ବିନା ଅନୁମତି ରେ ତାଙ୍କ ଶରୀର କୁ ଛୁଇଁବା ବଡ଼ ଅପରାଧ । ଅନୁଭବ ଙ୍କ ଏଭଳି କାର୍ଯ୍ୟ ନିନ୍ଦନୀୟ ଅଟେ I ଜଣଙ୍କ ପରେ ଜଣେ ବଳିଷ୍ଠ ସାମ୍ବାଦିକ ଏବେ ଅନୁଭବ ଙ୍କ ବିରୁଧରେ ମୁଁହ ଖୋଲିବା ପରେ ଦଳର ସୁପ୍ରିମ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାର ବାକି ଅଛି I

Leave a Reply

Your email address will not be published. Required fields are marked *