ଦଫା ଲାଗିଲା ପରେ ଦୁଃଖ ପ୍ରକାଶ କରି ଲୋକହସା ହେଲେ ଅନୁଭବ, ଲୋକେ କହିଲେ ଥାଉ ଡାଇଲଗ ମାରନି

ପରିସ୍ଥିତି ବିଗୁଡୁଥିବା ଦେଖି ଶେଷରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରାପଡା ସାଂସଦ ,କିନ୍ତୁ ତାଙ୍କ ଦୁଖପ୍ରକାଶ ଡାଇଲଗ କୁ ଶୁଣି ସମସ୍ତେ ଥଟା କରିବା ସହିତ ଭିର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି Iଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ସଂସଦ ଏକ ଭିଡିଓ ନିଜର ସୋସିଆଲ ମିଡିଆରେ ଛାଡିଛନ୍ତି ଯେଉଁଥିରେ କି ସେ ଦୁର୍ବ୍ୟବହାର କରିଥିବା ମନୋଜ ଙ୍କୁ ନା କ୍ଷମା ମାଗିଛନ୍ତି ନା ନିଜର ଦୋଷ ସ୍ୱୀକାର କରିଛନ୍ତି ପାଲଟା ବୈଜୟନ୍ତ ଙ୍କ ବିରୁଧରେ ବର୍ଷିଛନ୍ତି I କହିଛନ୍ତି କି ବୈଜୟନ୍ତ 150000 ଭୋଟ ବ୍ୟବଧାନ ରେ ହାରିଥିବାରୁ ଓଟିଭି ଦ୍ୱାରା ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ I

ଯାହାକୁ ନେଇ ଏବେ ଚର୍ଚା ହେଉଛି କି ତାହେଲେ ବୈଜୟନ୍ତ ଙ୍କ ରାଗ ସୁଝାଇବାକୁ ନିରୀହ ସାମ୍ବାଦିକ ଙ୍କୁ ଅନୁଭବ ଦୁର୍ବ୍ୟବହାର କଲେ ଯାହାକି କ୍ଷମା ଯୋଗ୍ୟ ନୁହେଁ I ଜଣେ କର୍ତବ୍ୟରତ ସାମ୍ବାଦିକ ଙ୍କୁ ଟାଣି ଆଣି ତାଙ୍କ ଇଛା ବିରୁଧରେ ଗଣମାଧ୍ୟମ ସାମ୍ନାରେ ବେଈଜତ କରିବା ଏକ ଅପରାଧ I ଏହାକୁ ନେଇ ସବୁ ମହଲ ରୁ ତୀବ୍ର ନିନ୍ଦା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି Iସୂଚନା ଥାଉ କି ଅନୁଭବ ଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ଆଜି ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ମାମଲା ରୁଜୁ କରିଛନ୍ତି I

Leave a Reply

Your email address will not be published. Required fields are marked *