ନିଉଜ 7 ଏଡିଟର ଅର୍ଧେନ୍ଦୁ ମୁଁହ ଖୋଲିଲେ ,ଅନୁଭବ ଅହଙ୍କାରୀ ର ସୀମା ଟପିଗଲେଣି

ଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଘଟଣାରେ ନୂଆ ମୋଡ I ଗତକାଲି ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଏହାକୁ ବିରୋଧ କରି ଅନୁଭବ ଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ 24ଘଣ୍ଟା ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଜଣାଇଥିଲେ I ତେବେ ଏହି ଘଟଣାରେ ମୁଁହ ଖୋଲିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ନିଉଜ 7ର ଏଡିଟର ଅର୍ଧେନ୍ଦୁ ଦାସ I ଅର୍ଧେନ୍ଦୁ କହିଛନ୍ତି ଯେ ସେ ହସ୍ପିଟାଲ ରେ ଅଛନ୍ତି ଏବଂ ଅନୁଭବ ଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିବା ଭିଡିଓ ଦେଖି ସେ ମର୍ମାହତ I ଜଣେ ସାମ୍ବାଦିକ ତା ଦାୟିତ୍ୱ କରିବାକୁ ଯାଇଥିବା ବେଳେ ଅନୁଭବ ଏପରି କରିବା ଅତି କଦର୍ଯ୍ୟ ଅଟେ I ଅନୁଭବ ଅହଂକାର ର ସୀମା ଟପିଗଲେଣି ,ଲାଗୁଚି ସତେ ଏଭଳି ଆଉ କାହା ଅହଂକାର ରେ ଅନୁଭବ ଅହଙ୍କାରୀ ହେଇଗଲେଣି I

ଆଗରୁ ଅନୁଭବ ଅହଙ୍କାରୀ ଥିଲେ ବୋଲି ଜଣାଥିଲା କିନ୍ତୁ ଅହଂକାର ର ସୀମା ଟପିଯିବେ ବୋଲି ଜଣାନଥିଲା I ତୁରନ୍ତ ନିସର୍ତ୍ତ କ୍ଷମା ମାଗନ୍ତୁ ନଚେତ ଆଗକୁ ସମସ୍ତ ସାମ୍ବାଦିକ ଏହାର ତୀବ୍ର ବିରୋଧ କରିବେ I

Leave a Reply

Your email address will not be published. Required fields are marked *