ଇଣ୍ଡିଆନ୍ ଆଇଡଲ୍ ର ଭୋଟିଂ ଆଜି:ଓଡ଼ିଆ ଝିଅ ଚେଲସି ଙ୍କୁ ଏମିତି ଦିଅନ୍ତୁ ଭୋଟ

କେବଳ ଓଡ଼ିଶା ନୁହେଁ ସାରା ଭାରତ ରେ ନିଜର କଣ୍ଠ ର ଯାଦୁ ରେ ମୋହିତ କରିଦେଇଛନ୍ତି ଓଡ଼ିଶା ର କୁନି କଳାକାର ଚେଲସି ବେହେରା। ସେ ବର୍ତ୍ତମାନ ସୋନି ଟିଭି ଦ୍ଵାରା ପ୍ରସ୍ତୁତ ଇଣ୍ଡିଆନ୍ ଆଇଡଲ୍ ପ୍ରତିଯୋଗିତା ରେ ପ୍ରଥମ ୧୫ ଜଣଙ୍କ ମଧ୍ୟରେ। କଟକ ର ଗଣ୍ଡରପୂର୍ ସ୍ଥିତ ଏଲ୍.ଆର୍.ଡିଏଭି ପବ୍ଲିକ ସ୍କୁଲ ର ଛାତ୍ରୀ ଚେଲ୍ସି ଙ୍କୁ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଟୁଇଟ କରି ପ୍ରସଂଶା କରିଛନ୍ତି।

ଓଡ଼ିଶାର ର ଏହି ମହାନ କଳାକାର ଙ୍କୁ ଏହି ପ୍ରତିଯୋଗିତା ରେ ଜିତାଇବା ପାଇଁ ଅଧିକ ଭୋଟିଂ ର ଆବଶ୍ୟକ ଥିବାରୁ ତାଙ୍କୁ ଅଧିକ ରୁ ଅଧିକ ଭୋଟ ଦେବାପାଇଁ ଡିଏଭି ଜୋନ୍ ୧ ର ରିଜିଓନାଲ୍ ଅଫିସର୍ କେଶବ ଚନ୍ଦ୍ର ଶତପଥୀ ଓ ସ୍କୁଲ୍ ର ଅଧକ୍ଷ ନିରଞ୍ଜନ ସ୍ୱାଇଁ ଅନୁରୋଧ କରିଛନ୍ତି।

ତେଣୁ ଚେଲସି ଙ୍କୁ ଭୋଟ ମାଧ୍ୟମ ରେ ଜିତାଇବା ପାଇଁ soni live ଅଥବା firstcry.com app କୁ ଡାଉନଲୋଡ କରି ଭୋଟ ଦେଇ ହେବ। ଭୋଟ ଦେବାପାଇଁ ଆଜି ଓ ଆସନ୍ତା କାଲି ଅର୍ଥାତ୍ ଶନିବାର ଓ ରବିବାର ରାତି ୮ ତ ରୁ ୧୨ ପର୍ଯ୍ୟନ୍ତ ଭୋଟିଂ ଲାଇନ୍ ଖୋଲା ରହିବ।

Leave a Reply

Your email address will not be published. Required fields are marked *