ଆମେରିକା ରେ ଚଢା ଦାମ୍ ରେ ବିକ୍ରି ହେଉଛି ଭାରତୀୟ ଗୋବରରୁ ତିଆରି ଘଷି

ଗୋ ମାତାର ମଳ ବା ଗୋବର କୁ ହିନ୍ଦୁ ଧର୍ମରେ ପବିତ୍ର ମନାଯାଏ I କୌଣସି ପୂଜା କିମ୍ବା ଶୁଭ କାର୍ଯ୍ୟରେ ଗୋବର ବ୍ୟବହାର ଦ୍ୱାରା ପୂଜା ଶୁଦ୍ଧ ହେଇଥାଏ ବୋଲି ବିଶ୍ୱାସ ରହିଛି I ସାଧାରଣତଃ ଆମ ପୂଜା ମାନଙ୍କରେ ଗୋବର ବ୍ୟବହାର କରାଯାଉଥିବା ବେଳେ ଏବେ ସହର ବଜାର ରେ ଗୋବର ମିଳିବା କଷ୍ଟକର କିନ୍ତୁ ପୂଜା ପର୍ବରେ ଗୋବର ର ଆବଶ୍ୟକତା କୁ ଉପଲବ୍ଧ କରି ବିଦେଶ ରେ ହିନ୍ଦୁ ମାନଙ୍କ ପାଇଁ ଏହାକୁ ସହଜ ରେ ଉପଲବ୍ଧ କରାଇପାରିଛନ୍ତି ଜଣେ ବିଦେଶୀ I କେବଳ ଉପଲବ୍ଧ ନୁହେଁ ଭଲ ବେପାର ମଧ୍ୟ ହେଉଛି ଏହି ଗୋବର କୁ ନେଇକି ବିଦେଶରେ I ସୂଚନା ଅନୁଯାଇ ସମର ହର୍ଲନକାର ନାମକ ଜଣେ ବ୍ୟକ୍ତି ଭାରତ ରୁ ଗୋବର ଅନଲାଇନ ରେ ମଗାଇ ଆମେରିକା ରେ ଘଷି କରି ବିକୁଛନ୍ତି I

ବଜାର ରେ ମଧ୍ୟ ଏହା ଚଢା ଦର ରେ ବିକ୍ରି ହେଉଛି I ପାଖାପାଖି ଏକ ପ୍ୟାକେଟ ରେ 10ଟି ଗୋବର ର ଘଷି ଥିବା ବେଳେ ଏହାକୁ ୨.୯୯ ଆମେରକୀୟ ଡଲାର ବା ୨୦୦ ଟଙ୍କା ରେ ବିକ୍ରି ହେଉଛି I ଏପରିକି ପ୍ୟାକେଟ ଉପରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଏହା ଖାଦ୍ୟ ଉପଯୋଗୀ ନୁହେଁ କେବଳ ଧାର୍ମିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ I

Leave a Reply

Your email address will not be published. Required fields are marked *