ବିରୋଧୀ ଙ୍କ ଠାରୁ ବେଶୀ ଘାଇଲା କରୁଛନ୍ତି ମହାରଥୀ ଅସ୍ତବ୍ୟସ୍ତ ହେଇସାରିଲେଣି ମନ୍ତ୍ରୀ ଏବଂ ବିଜେଡି ସୁପ୍ରିମ

ଦଳରେ ରହି ଦଳ ବିରୁଧରେ ବାରମ୍ବାର ଦୁର୍ନୀତି ଅଭିଯୋଗ ଆଣି ଶେଷରେ ବିଜେଡି ରୁ ବିଦା ହେଇଥିବା ଦାମ ଙ୍କ ପଥ ଅନୁସରଣ କରୁଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ I ବିରୋଧୀ ଯେତିକି ପ୍ରଶ୍ନ କରୁନାହାନ୍ତି ତାହାଠାରୁ ଅଧିକ ପ୍ରଶ୍ନ ପଚାରି ମନ୍ତ୍ରୀ ମାନଙ୍କୁ ଅସ୍ତବ୍ୟସ୍ତ କରିଦେଉଛନ୍ତି ମହାରଥୀ I କିଛିଦିନ ତଳେ ପଞ୍ଚାୟତିରାଜମନ୍ତ୍ରୀ 2020 ସୁଦ୍ଧା ସବୁ ଘରକୁ ପାନୀୟ ଜଳ ଯୋଗାଇଦେବେ ବୋଲି କହିବା ପରେ ବିଧାନସଭାରେ ମନ୍ତ୍ରୀ ପ୍ରତାପ ଙ୍କୁ ଘେରିଥିଲେ ମହାରଥୀ I ମହାରଥୀ କହିଥିଲେ କି କେଉଁ ଆଧାରରେ ତୁରନ୍ତ ବାକିଥିବା 27882 ଗାଁ ରେ ପାନୀୟ ଜଳ ଯୋଗାଇ ଦିଆଯିବ ? ଏପରିକି ଯୁବନେତା ତଥା ପାୱାରଫୁଲ ମନ୍ତ୍ରୀ ଅରୁଣ ସାହୁ ଙ୍କୁ ମହାରଥୀ ବିଶ୍ୱକାଳ ମନ୍ତ୍ରୀ କହି କଟାକ୍ଷ କରିଥିଲେ I

ଗତକାଲି ପୁଣିଥରେ ମହାରଥୀ ଙ୍କ ଟାର୍ଗେଟ ଦେଖିବାକୁ ମିଳିଥିଲା I ଏଥରକ ଟାର୍ଗେଟ ରେ ଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଗତକାଲି ସମୀର ଦାସ ଉତ୍ତର ରଖିଥିଲେ କି ରାଜ୍ୟରେ 16116 ଇଂରାଜୀ ବିଦ୍ୟାଳୟରେ ପାଇଖାନା ତିଆରି କରାଯାଇଛି I ଏହାପରେ ମହାରଥୀ ସମୀର ଙ୍କୁ ଟାର୍ଗେଟ କରି କହିଥିଲେ କି ଖାଲି ଛୁଆ ଜନ୍ମ କରି ବାଞ୍ଝ ଦୋଷ କାଟିଦେଲେ ହେବନି । ପାଇଖାନା କରିବା ପରେ ସେସବୁ ସଫା ହେଉଛି କି ନାହିଁ ,ପାଣି ଅଛି କି ନାହିଁ ତଦାରଖ କରିବାକୁ ବ୍ୟବସ୍ତା କରିଛ କି ?

ଏବେ ଚର୍ଚା ହେଉଛି କି ଚଳିତଥର ମହାରଥୀ ଙ୍କୁ ମନ୍ତ୍ରୀପଦ ନମିଳିବାରୁ ସବୁ ମନ୍ତ୍ରୀ ମାନଙ୍କୁ ଟାର୍ଗେଟ କରୁଛନ୍ତି ମହାରଥୀ ,ଯଦି ଏପରି ହୁଏ ତେବେ ଆଗକୁ ଦାମ ଦସା ମହାରଥୀ ଙ୍କୁ ଭୋଗିବାକୁ ପଡିପାରେ ବୋଲି ଚର୍ଚା ହେଉଛି I

Leave a Reply

Your email address will not be published. Required fields are marked *