ସଡକ ଦୁର୍ଘଟଣା ରେ ଚାଲିଗଲେ ଏକମାତ୍ର ସନ୍ତାନ ,ପୁଅର ସ୍ମୃତି ରେ ରୋଡ ସେଫଟି ଫାଉଣ୍ଡେସନ କଲେ ମା

ଆସନ୍ତା ୨୫ ତାରିଖ ଅପରାହ୍ନ 6 ଟା ସମୟରେ ସ୍ଥାନୀୟ କେଶରୀ ହୋଟେଲଠାରେ ମାଷ୍ଟର ଗିରିଜା ମେମୋରିଆଲ ରୋଡସେଫ୍ଟି ଫାଉଣ୍ଡେସନ ଟ୍ରଷ୍ଟର ଲୋକାର୍ପଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଗତ ମେ ମାସ ୨୫ ତାରିଖରେ ଖଣ୍ଡଗିରି ଛକ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଉଦୀୟମାନ ଯୁବ ପ୍ରତିଭା ମାଷ୍ଟର ଗିରିଜା ଓ ତାଙ୍କର ଜଣେ ବନ୍ଧୁଙ୍କର ଅକାଳ ମୃତ୍ୟୁ ଘଟିଥିଲା। ଗିରିଜା ବାଗ୍ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲେ। ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଥିବା ମା’ ଅଧ୍ୟାପିକା ଅମୀୟବାଳା ପରିଡ଼ା ପୁଅର ସ୍ମୃତିକୁ ପାଥେୟ କରି ଜୀଇଁବାକୁ ପଣ କରିଛନ୍ତି। ଗିରିଜାର ସ୍ମୃତିରେ ପ୍ରତି ମାସ ୨୫ ତାରିଖରେ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ସାମାଜିକ କାର୍ଯ୍ୟକ୍ରମମାନ କରିଆସୁଛନ୍ତି।

ତେବେ ଗିରିଜାଙ୍କ ପରି ଅନ୍ୟ କାହାର ଦୁର୍ଘଟଣାରେ ଅକାଳ ମୃତ୍ୟୁ ନଘଟୁ ବା ଅନ୍ୟ କୋଉ ପରିବାରର କୋଳଶୂନ୍ୟ ନହେଉ, ସେହି ଲକ୍ଷ୍ୟରେ ଶ୍ରୀମତୀ ଅମୀୟବାଳା ପରିଡ଼ା ଓ ଅନ୍ୟ କିଛି ସହୃଦୟ ବ୍ୟକ୍ତିଙ୍କ ମିଳିତ ଉଦ୍ୟମରେ ମାଷ୍ଟର ଗିରିଜା ରୋଡସେଫ୍ଟି ମେମୋରିଆଲ ଫାଉଣ୍ଡେସନ ଟ୍ରଷ୍ଟର ପରିକଳ୍ପନା କରାଯାଇଛି। ଏହି ସଂଗଠନ ସଡ଼କ ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ମହୋଦୟ,ମୁଖ୍ୟ ବକ୍ତା ଭାବେ ଡି.ସି.ପି (ଟ୍ରାଫିକ ) ସାଗରିକା ନାଥ ମହୋଦୟା ସମ୍ମାନିତ ଅତିଥି ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ପଟନାୟକ(ଆଇ ଏ ସ) ଯୋଗଦାନ କରିବେ।

Leave a Reply

Your email address will not be published. Required fields are marked *