ଅଭିଯୋଗ ଆଣିଥିବା ବିଜେପି ନେତା ଆଶ୍ରିତ 1 ଏକର 84 ଡ଼ିସିମିଲ ଅନାବାଦୀ ଜମି ମାଡ଼ିବସିଛନ୍ତି , ମହାରଥୀ

100ଏକର ଜମି ଦୁର୍ନୀତି ଘଟଣାରେ ମୁଁହ ଖୋଲିଛନ୍ତି ମହାରଥୀ I ପିପିଲି ବିଧାୟକ 100କୋଟି ଟଙ୍କାର ଜମି ହଡପ କରିନେଇଥିବା ବିଜେପି ଅଭିଯୋଗ କରିବା ପରେ ଆଜି ଏନେଇ ଗଣମାଧ୍ୟମ ଆଗରେ ପ୍ରଦୀପ ମହାରଥୀ କହିଛନ୍ତି ଯେ 100କୋଟି କଥା ଦୂରେ ଥାଉ 100ଟଙ୍କାର ଦୁର୍ନୀତି ହେଇନାହିଁ, ଯଦି ବିଜେପି ପ୍ରମାଣ କରିଦିଏ ତେବେ ସବୁଦିନ ପାଇଁ ରାଜନୀତି ରୁ ସନ୍ୟାସ ନେଇଯିବାକୁ କହିଛନ୍ତି I ଏହାସହିତ ଅଭିଯୋଗ ଆଣିଥିବା ପିପିଲି ର ଆଶ୍ରିତ ପଟନାୟକ ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରଥୀ I କହିଛନ୍ତି କି ଏକତାଳିଆ ର 1 ଏକର 84 ଡ଼ିସିମିଲ ଅନାବାଦୀ ଜମି କୁ ନିଜ ନାମରେ ଅକ୍ତିଆର କରିନେଇଛନ୍ତି ଆଶ୍ରିତ ଏନେଇ ପୂର୍ବରୁ ସେହି ପଞ୍ଚାୟତ ର ଲୋକମାନେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ ତାଙ୍କ ନାମରେ ଫୌଜଦାରୀ ମାମଲା ଦାଏର କରିବାକୁ I ଏହାର ତଦନ୍ତ କରାଯାଉ I

Leave a Reply

Your email address will not be published. Required fields are marked *