ଓଡ଼ିଶାର ହସ୍ପିଟାଲ କୁ କିଣିନେଲାଣି ପାକିସ୍ତାନ ଜାଣିପାରିଲେନି ସ୍ୱାସ୍ଥ୍ୟମନ୍ତ୍ରୀ

ପୂର୍ବରୁ ଓଡିଶା ର ବିଜେଡି ବିଧାୟକ ଦେବାଶିଷ ଙ୍କ ସହିଦ ଙ୍କୁ ଅସନମାନ ଘଟଣାକୁ ନେଇ ପାକିସ୍ତାନ ରେ ହଟଚମଟ ସୃଷ୍ଟି ହେଇଥିବା ବେଳେ ଏବେ ପୁଣି ଆସିଛି ସଙ୍ଗୀନ ଅଭିଯୋଗ I ଓଡ଼ିଶାରେ ଏକ ହସ୍ପିଟାଲ କୁ କିଣିନେଇଛି ଜଣେ ପାକିସ୍ତାନି I ଏନେଇ ଆଜି ବିଧାନସଭା ରେ କଥା ଉଠାଇଛି ବିଜେପି ଏବଂ କଂଗ୍ରେସ ବିଧାୟକ ତାରା ବାହିନୀ ପତି I ଅଭିଯୋଗ ଅନୁଯାଇ ଭୁବନେଶ୍ୱରର କେୟାର ହସ୍ପିଟାଲ କୁ ଏହାର ମାଲିକ ଜଣେ ପାକିସ୍ତାନୀ ଙ୍କୁ ବିକ୍ରି କରିଦେଇଛନ୍ତି I ଯାହାଙ୍କ ନାମରେ ଥାନାରେ ଏତଲା ରହିଛି ଏବଂ ସେ ଏବେ ଥାନାରେ ଅଛନ୍ତି I

ସମ୍ପୃକ୍ତ ହସ୍ପିଟାଲ କୁ ଏନଓସି ମିଳିନଥିବା ବେଳେ କିଭଳି ପାକିସ୍ତାନୀ ର ଜଣେ ବ୍ୟକ୍ତି ଏହାକୁ କିଣିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ I ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇଦେଇଥିବା ବେଳେ ରାଜ୍ୟ ସରକାର ଙ୍କ ବିନା ଅନୁମତି ରେ କିଭଳି ପାକିସ୍ତାନୀ ର ଜଣେ ବ୍ୟକ୍ତି ଙ୍କୁ ଏହି ହସ୍ପିଟାଲ ବିକ୍ରି ହେଲା ? ତୁରନ୍ତ ଏହାର ଉତ୍ତର ରଖିବାକୁ ଦାବି କରିଛନ୍ତି ବିରୋଧୀ I

Leave a Reply

Your email address will not be published. Required fields are marked *