ଓଡ଼ିଶା Exclusive ବ୍ୟୁରୋ :ସୋସିଆଲ ମିଡିଆରେ ଏବେ ଜଣେ ବିଜେଡି ବିଧାୟକ ଙ୍କ ନାମରେ ଜୋରଦାର ଚର୍ଚ୍ଚା ଚାଲିଛି I ବିଧାୟକ ମହୋଦୟ ରାସ୍ତା କଡରେ ଡ୍ୟାନ୍ସିଂ କାର ରେ ନିଜ ପୂର୍ବତନ ପ୍ରେମିକା ସହିତ ଅର୍ଦ୍ଧନଗ୍ନ ଅବସ୍ଥାରେ ରୋମାନ୍ସ ରେ ମସଗୁଲ ଥିବାବେଳେ ଧରାପଡିଥିବା ନେଇ କିଛି ୱେବ ପୋର୍ଟାଲ ରେ ଖବର ଜୋରଦାର ଭାଇରଲ ହେବାରେ ଲାଗିଛି I
ତେବେ ଭାଇରଲ ଖବର ଅନୁଯାଇ ଶାସକ ଦଳର ପୁରୀର ଜଣେ ବିଧାୟକ ଗତକାଲି ସନ୍ଧ୍ୟା ସମୟରେ ଭୁବନେଶ୍ୱର ମାର୍କେଟ ବିଲଡିଂ ନିକଟସ୍ତ ଆହାର କେନ୍ଦ୍ର ପାଖରେ ଅଟକିଥିଲେ Furtuner କାର ରେ I କାର ଟି ବନ୍ଦ ଥିଲେ ମଧ୍ୟ ଭିତରେ ଏସି ଲାଗିଥିଲା ,ବାହାରେ ଅନ୍ଧାର ଆଉ ଶୀତ କୁ ଭିତରେ ଜୋର ଗରମ I ଧୀରେ ଧୀରେ ଦାମିକା ଗାଡିଟି ଦୋହଲିବାକୁ ଲାଗିଲା ,ପାଖରେ ଥିବା ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଇଥିଲା ସତେ ଯେପରି ଅମୀର ଖାନ ଙ୍କ ପିକେ -2 ସୁଟିଂ ହେଉଥିବାର , ଘଟଣା କଣ ବୁଝିବାକୁ କାଚ ଠକ ଠକ କରିବା ପରେ ତାଯୁବ ହେଇଯାଇଥିଲେ I ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବାନୁଯାୟୀ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡ଼ିଯାଇଥିଲେ ଭିତରେ ଥିବା ପ୍ରେମୀଯୁଗଳ I
କେହି କିଛି ବୁଝିବା ଆଗରୁ ଉଭୟ ନିଜ ପୋଷାକ ସଜାଡି ତରବର ରେ ଗାଡି ରେ ପଳାଇଥିଲେ ,ତେବେ ସେମାନଙ୍କ କହିବାନୁଯାୟୀ ପ୍ରେମୀଯୁଗଳ ଅନ୍ୟ କେହି ନଥିଲେ ପ୍ରେମିକ ଜଣଙ୍କ ଶାସକ ଦଳର ଜଣେ ଯୁବ ବିଧାୟକ ଏବଂ ତାଙ୍କ ସହିତ ଥିଲେ ତାଙ୍କର ଜଣେ ପୁରୁଣା ପ୍ରେମିକା ଯିଏକି ଜଣେ ମହିଳା ଆଇଆଇସି I ମହିଳା ଆଇଆଇସି ଜଣଙ୍କ କୁଆଡେ ପୂର୍ବରୁ ଉତ୍କଳମଣି ଙ୍କ ପୂନ୍ୟସ୍ଥାନରେ ଥିବାବେଳେ ଯୁବ ବିଧାୟକ ଏବଂ ତାଙ୍କ ଭିତରେ ପ୍ରେମ ଗଢିଉଠିଥିଲା I ମ୍ୟାଡ଼ାମ ଏବେ ବଦଳି ହେଇ ଅନୁଗୁଳ ଜିଲ୍ଲା କୁ ଚାଲିଯାଇଥିଲେ ମଧ୍ୟ ପୁରୁଣା ପ୍ରେମ ଭୁଲିହେଉନି ,ଯେବେ ସମୟ ମିଳୁଛି ଏମିତି ନିଝୁମ ସନ୍ଧ୍ୟା ସମୟରେ ଅନ୍ଧାରୁଆ ଶୀତରେ ବେଳେବେଳେ ଉସ୍ମତା ମାପିବାକୁ ଉଭୟ କୁଆଡେ ଏକାଠି ହେଇଯାଉଛନ୍ତି I
ଛାଡ଼ନ୍ତୁ ସେଥିରୁ ଆମକୁ କଣ ମିଳିବ ସେଇଟା ତାଙ୍କ ବ୍ୟକ୍ତିଗତ କଥା ,…ଖାଲି ଯାହା ପବ୍ଲିକ ସ୍ଥାନ ରେ ଏମିତି ଧରାପଡିଗଲେ ବୋଲି ନା ……